କୋଲାବିରା ୩ଟି ଶିବିରରେ ୨୯୬ ଜଣଙ୍କ ଆଣ୍ଟିଜେନ ଟେଷ୍ଟ, ୫ ପଜିଟିଭ

୩ ଜଣ ପଜିଟିଭ ବେଦାନ୍ତ କାରଖାନା ଶ୍ରମିକ

ଝାରସୁଗୁଡା : କୋଲାବିରା ବ୍ଲକରେ ମଙ୍ଗଳବାର ୩ଟି ଶିବିର ମାଧ୍ୟମରେ ୨୯୬ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଲେ ଆଜି ମଧ୍ୟ ୫ ଜଣଙ୍କ ପଜିଟିଭରିପୋର୍ଟ ଆସିଥିବା ନେଇ ବିଡିଓ ବିଜୟ ସଏ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଲିଥିବା ସୂଚନାନୁଯାୟୀ ଆଜି କୋଲାବିରା ବ୍ଲକରେ ଆଣ୍ଟିଜେନ ଟେଷ୍ଟ ପାଇଁ ୩ ଟି ଶିବିର ଅନୁଷ୍ଠିତ ହୋଇଥିଲା । ଝୀର୍ଲ୍ଲାପାଲି ପନ୍‌ଚାୟତ ଅଧିନସ୍ଥ ଭାଡିମାଳରେ ୯୯ ଜଣଙ୍କ ଟେଷ୍ଟ ହୋଇଥିବା ବେଲେ କୌଣସି ପଜିଟିଭ ଚିହ୍ନଟ ହୋଇନଥିଲେ । ସୋଢାମାଲରେ ୭୯ ଜଣଙ୍କ ଟେଷ୍ଟ ହୋଇଥିବା ବେଲେ ୪ ଜଣ ପଜିଟିଭ ଓ ପରମାଣପୁର ପନ୍‌ଚାୟତ ଅଧିନସ୍ଥ ସିରିଆପାଲିରେ ୧୧୮ ଜଣଙ୍କ କରୋନା ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଲେ ଜଣେ ପଜିଟିଭ ବାହାରିଛି । ଯାହାଫଳରେ ଆଜି ମୋଟ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋଡାମାଳରେ ବାହାରିଥିବା ୪ ଜଣଙ୍କ ମଧ୍ୟରୁ ୨୫ ଓ ୨୬ ବର୍ଷର ଦୁଇ ଯୁବକ ମହାଦେବପାଲି ଗ୍ରାମର ଓ ଉଭୟେ ବେଦାନ୍ତ କାରଖାନାର ଶ୍ରମିକ ଅଟନ୍ତି । କୁକିଆଡେରା ଗ୍ରାମର ୩୦ ବର୍ଷର ଅନ୍ୟ ଜଣେ ଯୁବକ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଏକ କଂସାବାସନ ଦୋକାନରେ କାମ କରନ୍ତି ଓ ସେ ନୂଆଁଖାଇ ପାଇଁ ଘରକୁ ଆସିଥିଲେ । ଶେଷରେ ସୋଢାମାଳ ଗ୍ରାମର ୩୫ ବର୍ଷ ବୟସର ଅନ୍ୟ ଜଣେ ଯୁବକ ମିସ୍ତ୍ରୀ ଓ ଶ୍ରମିକ ଠିକାଦାର ଅଟନ୍ତି । ସେ ଏବେ ବରଗଡ ଜିଲ୍ଲା ଅମ୍ବାଭୋନାରେ କାମ କରୁଥିବା ବେଲେ ନୂଆାଁଖାଇ ପାଇଁ ଘରକୁ ଆସିଥିଲେ । ଅନ୍ୟପକ୍ଷରେ ସିରିଆପାଲିରେ ପଜିଟିଭ ବାହାରିଥିବା ଯୁବକ ଜଣକ ବେଦାନ୍ତ କାରଖାନାର ଶ୍ରମିକ ଅଟନ୍ତି । ଆଜିର ସମସ୍ତ ପଜିଟିଭ ଲକ୍ଷଣ ବିହିନ ଥିବାରୁ ସମସ୍ତ ୫ ଜଣଙ୍କୁ କୋଲାବିରା ହାଇସ୍କୁଲରେ ଥିବା କୋଭିଡ କେୟାର ସେଣ୍ଟରକୁ ଅଣାଯାଇଛି । ଗତକାଲି ମଧ୍ୟ ପଜିଟିଭ ବାହାରିଥିବା ୮ ଜଣଙ୍କୁ ମଧ୍ୟ ଏହି ସେଣ୍ଟରରେ ରଖାଯାଇଛି । ତେବେ କାରଖାନା ମାନଙ୍କରେ କାମ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅଧିକାଂଶ ପଜିଟିଭ ବାହାରୁଥିବାରୁ ଅନ୍‌ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଏବେ କୋଲାବିରା ବ୍ଲକରୁ ଶହ ଶହ ସଂଖ୍ୟାରେ ଯୁବକ ଜିଲ୍ଲାର ବିଭିନ୍ନ କଳକାରଖାନା ମାନଙ୍କୁ କାମ କରିବା ପାଇଁ ଯିବା ଆସିବା କରୁଛନ୍ତି । ସମସ୍ତଙ୍କ ବାରମ୍ବାର କରୋନା ଟେଷ୍ଟ ସହ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ସଚେତନ ନାଗରିକ ମହଳରେ ଦାବୀ ହେଉଛି । ତେବେ କାରଖାନା କୁ କାମ କରିବାକୁ ଯାଉଥିବା ଶ୍ରମିକ ମାନଙ୍କ ଅଣ୍ଟିଜେନ ଟେଷ୍ଟ ପାଇଁ ଉଦ୍ୟମ କରାଯାଉଛି ଓ ଏଥିପ୍ରତି ପ୍ରସାସନ ସଂପୂର୍ଣ ସଚେତନ ଅଛି ବୋଲି ବିଡିଓ ବିଜୟ ସଏ ସୂଚନା ଦେଇଛନ୍ତି ।