ଅନୁଗୁଳ କୁସାସିଂହା ରୁ ବିରଳ ପ୍ରଜାତିର ଇଗଲ ପକ୍ଷୀ ଉଦ୍ଧାର

ଅନୁଗୁଳ : ଅନୁଗୁଳ କୁସାସିଂହା ଗ୍ରାମରୁ ଏକ ବିରଳ ପ୍ରଜାତିର ଇଗଲ ପକ୍ଷୀ ଉଦ୍ଧାର ହୋଇଅଛି । ଯେଉଁ ପକ୍ଷୀ ଆଣ୍ଡାମାନ ରେ ଦେଖିବାକୁ ମିଳିଥାଏ। କରୋନା ସମୟରେ ପରିବେଶ ସନ୍ତୁଳନ ହେଉ ଅବା କୋଳାହଳ ଶୁନ୍ୟ ଯୋଗୁଁ ହୁଏତ ଏ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଛି ବୋଲି ଅନୁମାନ କରାଯାଉଛି। ବିରଳ ପ୍ରାୟ ଏହି ପକ୍ଷୀର ଲମ୍ବ ପ୍ରାୟ ଦେଢ଼ ଫୁଟ, ଉଚ୍ଚତା ଏକ ଫୁଟ,ଓଜନ ପ୍ରାୟ ୨ କିଲୋ ଏବେ ଡେଣା ପ୍ରାୟ ୪ ଫୁଟ ଲମ୍ବ ହେବ। ଏହି ପକ୍ଷୀଟିର ବୟସ ସେହି ୪ ବର୍ଷ ମଧ୍ୟରେ ହେବ। ଏହା ଇଗଲ ପ୍ରଜାତିର ଏବଂ ଏହାର ନାମ “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ବୋଲି ଜଣା ପଡ଼ିଛି। ସବୁ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ମୁଖ୍ୟତଃ ସବୁ ପ୍ରକାରର ସରୀସୃପ ମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି ।

angul news

ହଠାତ ଏହି ପକ୍ଷୀଟି ଅବିନ ରାଉତ ଙ୍କ ଘରକୁ ପସି ଆସିଥିଲା। ତେଣୁ ସେ ତୁରନ୍ତ ସ୍ଥାନୀୟ ସର୍ପମିତ୍ର ଆଦିତ୍ୟ ବେହେରା ଏବଂ ସଂଜୟ ବେହେରାଙ୍କୁ ଉଦ୍ଧାର ପାଇଁ ଖବର ଦେଇଥିଲେ। ସେମାନେ ଅତି ସତର୍କତାର ସହ ଏହି ବିରଳ ଇଗଲକୁ ଉଦ୍ଧାର କରିଥିଲେ ଏବଂ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଙ୍କୁ ଦେଖାଇଥିଲେ। ତାକୁ ଚିକିତ୍ସା କରି ସୁସ୍ଥ ଥିବା ଜାଣିବା ପରେ ପ୍ରାକୃତିକ ଆବାସସ୍ଥଳୀରେ ପକ୍ଷୀଟିକୁ ଛାଡି ଦେଇଛନ୍ତି।