ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋସେଡ୍‌ର ଇଲେକ୍ଟ୍ରିକ୍ ଲୋକୋ ପରିଚାଳନା ଦିଗରେ ମିଶନ୍ ମୋଡ୍‌ରେ କାର୍ଯ୍ୟ

ଅନୁଗୁଳ: ଇଲେକ୍ଟ୍ରିକ୍ ଲୋକୋସେଡ୍‌, ଅନୁଗୁଳ ହେଉଛି ଭାରତୀୟ ରେଳବାଇର ଏକ ଲୋକୋମୋଟିଭ୍ ସେଡ୍ ଯାହା ସର୍ବଦା ନିଜ କାର୍ଯ୍ୟକୁ ସୁପରିଚାଳନା କରିବାରେ ଏବଂ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ରେକର୍ଡ କରିବାରେ ସର୍ବଦା ଆଗରେ ରହିଛି । ଲୋକୋସେଡ୍ ଏହାର ଉଦ୍ଭାବନ ଏବଂ ଅନ୍ୟାନ୍ୟ ବିଭାଗକୁ ସହାୟକ ଭୂମିକା ପାଇଁ ବେଶ୍ ଜଣାଶୁଣା । ଇଲେକ୍ଟ୍ରିକ୍‌ ଲୋକୋସେଡ୍‌, ଅନୁଗୁଳ (ELSA) WAG-7 ଲୋକୋର କୁଲିଂ ବ୍ୟବସ୍ଥାରେ ପରିବର୍ତ୍ତନ କାର୍ଯ୍ୟ ପାଇଁ ରେଳ ବୋର୍ଡ ଦ୍ୱାରା ତୃତୀୟ ଶ୍ରେଷ୍ଠ ଅଭିନବ ପୁରସ୍କାର ପ୍ରଦାନ କରାଯାଇଛି । ଯାହାକି ମୂଲ୍ୟ ହ୍ରାସ, ରକ୍ଷଣାବେକ୍ଷଣର ସହଜତା ଓ ପୁନବ୍ୟବହାର ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ।

ଇଲେକ୍ଟ୍ରିକ୍ ଲୋକୋସେଡ୍‌, ଅନୁଗୁଳ (ELSA), ଏହାର ଧାରଣ କ୍ଷମତା, ଉନ୍ନତ ରକ୍ଷଣାବେକ୍ଷଣ ଅଭ୍ୟାସ ଏବଂ ନିର୍ଭରଯୋଗ୍ୟତା ପାଇଁ ଜଣାଶୁଣା । ୧୦୦ ଲୋକୋମୋଟିଭ୍‌ର ପ୍ରାରମ୍ଭିକ ଧାରଣ କ୍ଷମତା ସହିତ ଧୀରେ ଧୀରେ ୨୦୦ ରୁ ଅଧିକ ଲୋକୋମୋଟିଭ୍‌ର ରକ୍ଷଣାବେକ୍ଷଣ ପାଇଁ ସେଡ୍ ବୃଦ୍ଧି କରାଯାଇଥିଲା ଏବଂ ବର୍ତ୍ତମାନର ଲୋକୋମୋଟିଭ୍‌ର ଧାରଣ କ୍ଷମତା ୨୧୬ ରେ ପହଂଚିଛି । ଏହି ଇଲେକ୍ଟ୍ରିକ୍ ଲୋକୋସେଡ୍ ମଧ୍ୟ ପୂର୍ବ ତଟ ରେଳବାଇର ଏକ ପ୍ରମୁଖ ଲୋକୋସେଡ୍ ଯାହାକି 5500hp WAG-7 ପ୍ରକାରର ବୈଦ୍ୟୁତିକ ଲୋକୋମୋଟିଭ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଅଛି ଏବଂ ବାହ୍ୟ ଦୃଷ୍ଟିରୁ ଭାରତୀୟ ରେଳ ପଥର ଏହା ଏକ ପ୍ରମୁଖ ଇଲେକ୍ଟ୍ରିକ୍ ଲୋକୋସେଡ୍ ଅଟେ ।

ରେଳବାଇ ଟ୍ରାଫିକରେ ଧୀରେ ଧୀରେ ବୃଦ୍ଧି ସହିତ ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋସେଡ୍‌ର ଯାତ୍ରା ସର୍ବଦା ଚ୍ୟାଲେଞ୍ଜ ହୋଇଆସୁଛି । ତେବେ ଭାରତୀୟ ରେଳ ପାଇଁ ସେବା ତଥା ଯୋଗଦାନର ପତିବଦ୍ଧତା ଯୋଗୁଁ, ଅନୁଗୁଳ ଇଲେକ୍ଟ୍ରିକ୍‌ ଲୋକୋସେଡ୍ ବିଶ୍ୱସନୀୟ ଯୋଗୁଁ ଏହା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଇଲେକ୍ଟ୍ରିକ୍ ଲୋକୋସେଡ୍ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ଉଚ୍ଚତର ଯାଞ୍ଚ ବେ ପ୍ଲାଟଫର୍ମ ଯାହା ଡିଜେଲ୍ ସେଡ୍‌, ଇଲେକ୍ଟ୍ରିକ୍ ସେଡ୍ ରୂପାନ୍ତର ସମୟରେ ଭଙ୍ଗା ଯାଇ ନଥିଲା । ଏହି ଉନତ୍ନ ପ୍ଲାଟଫର୍ମଗୁଡ଼ିକ ସହଜରେ ବୈଦ୍ୟୁତିକ ଲୋକୋମୋଟିଭ୍ ରକ୍ଷଣାବେକ୍ଷଣକୁ ସୁଗମ କରିଥିଲା ଏବଂ ଏହି ଡିଜାଇନ୍ ବର୍ତ୍ତମାନ ନୂତନ ଇଲେକ୍ଟ୍ରିକ୍ ସେଡ୍ ପାଇଁ ଏକRDSO ମାନକ ଡିଜାଇନ୍‌ରେ ପରିଣତ ହୋଇଛି ।

ଇଲେକ୍ଟ୍ରିକ୍ ଲୋକୋସେଡ୍‌ର ଅଧିକାଂଶ ଲୋକୋମୋଟିଭ୍‌, ଖୋର୍ଦ୍ଧା ଡିଭିଜନରେ କଠିନ ଗ୍ରେଡିଏଣ୍ଟ ଉପରେ ଚଲାଇଥାଏ ଯେଉଁଠାରେ ବାରମ୍ବାର ଅଟକିବାର ଖବର ଆସିଥାଏ । ଏହିପରି ଅସ୍ୱାଭାବିକ ଘଟଣା ଯୋଗୁଁ ଏବଂ ପରବର୍ତ୍ତୀ ସମୟାନୁବର୍ତ୍ତୀ କ୍ଷତିରୁ ରକ୍ଷା ପାଇବା ପାଇଁ ଲୋକୋସେଡ୍ ପରିବହନ ଶକ୍ତି ବୃଦ୍ଧି କରିବା ପାଇଁ ଅଧିକ କ୍ଷମତା ବିଶିଷ୍ଟ ଲୋକୋମୋଟିଭ୍‌ର ଉପଯୋଗ କରିଛି ।

RDSO ଗାଇଡ ଲାଇନ୍ ଅନୁସାରେ ପ୍ରତି ଲୋକୋମୋଟିଭ୍ ପିଛା ମାନବ ଶକ୍ତି ୩ ଥିବା ସ୍ଥଳେ, ଇଲେକ୍ଟ୍ରିକ୍‌ ଲୋକୋସେଡ୍‌ର ବର୍ତ୍ତମାନ ମୋଟ ୩୭୧ ମାନବ ଶକ୍ତି ସହିତ କାର୍ଯ୍ୟ କରୁଛି ଯାହାକି ପ୍ରତି ଲୋକୋମୋଟିଭ୍ ପିଛା ୧.୭୨ ଅଟେ, ତଥାପି ଅଭିନବ ରକ୍ଷଣାବେକ୍ଷଣ ଅଭ୍ୟାସ, ଆଧୁନିକ ଉପକରଣ ଏବଂ ଯନ୍ତ୍ରପାତି ବ୍ୟବହାର କରି ନିରନ୍ତର ମଣିଷ – ଘଣ୍ଟା ହ୍ରାସ କରିବାକୁ କାର୍ଯ୍ୟ ଜାରି ରଖିଛି ।

ଇଲେକ୍ଟ୍ରିକ୍ ଲୋକୋସେଡ୍‌, ଅନୁଗୁଳ ଏହାର ନିର୍ଭରଯୋଗ୍ୟତାକୁ ବଢ଼ାଇବା ପାଇଁ ରେଳ ଇଞ୍ଜିନ୍‌ରେ ବିଭିନ୍ନ ସୁରକ୍ଷା ଉପକରଣ ବ୍ୟବହାର କରୁଅଛି । ଏହାର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ପାଇଁ ଲୋକୋସେଡ୍ ମଧ୍ୟ କେତେକ ଉନ୍ନତ ମାନର ପରୀକ୍ଷଣ ମେସିନ୍ ନିଜସ୍ୱ ଜ୍ଞାନ କୌଶଳରେ ବିକଶିତ କରିଛି । ଲୋକୋସେଡ୍ ଫୁଟ୍ ଅପରେଟେଡ୍ ୱାସ୍ ବେସିନ୍ ଷ୍ଟାଣ୍ଡ, ସାନିଟାଇଜିଂ ଷ୍ଟାଣ୍ଡ ଏବଂ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ପ୍ରସ୍ତୁତ କରିଛି ଯାହାକି COVID-19 ର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଅଛି ।