ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ସ୍ଥାନୀୟ ଲୋକଙ୍କ ପାଇଁ ଚାକିରୀରେ ୭୫ ପ୍ରତିଶତ ସଂରକ୍ଷଣ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରାଜ୍ୟର ବାସିନ୍ଦାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ଅନେକ ଯୁବକ ଲାଭବାନ ହେବାକୁ ଯାଉଛନ୍ତି । ଆନ୍ଧ୍ର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯିଏ ସ୍ଥାନୀୟ ନାଗରିକଙ୍କ ପାଇଁ ପ୍ରତ୍ୟେକ ପ୍ରାଇଭେଟ କମ୍ପାନୀରେ 75 ପ୍ରତିଶତ ଚାକିରୀକୁ ସଂରକ୍ଷିତ କରିଛି । ଯଦି ଏହି କମ୍ପାନୀ ଗୁଡିକୁ ସରକାରଙ୍କ ଠାରୁ କୌଣସି ସାହାଯ୍ୟ ନମିଲେ ତେବେବି ଏହି ନିୟମ ଲାଗୁ ହେବ ।

ସୋମବାର ଦିନ ଆନ୍ଧ୍ର ପ୍ରଦେଶ ବିଧାୟନସଭାରେ ପ୍ରଦେଶର ଉଦ୍ୟେଗ ଏହଂ କାରଖାନାରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ପାଇଁ ବିଧେୟକ 2019 ପାସ ହୋଇଥିଲା । ଏହି ଅଧିନିୟମ ଅନୁସାରେ ସବୁ ଶ୍ରେଣୀର ପ୍ରାଇଭେଟ ଚାକିରୀରେ ସ୍ଥାନୀୟ ଲୋକଙ୍କ ପାଇଁ 75 ପ୍ରତିଶତ ସିଟକୁ ସଂରକ୍ଷିତ କରାଯାଇଛି ।

ଦେଶର ବହୁ ରାଜ୍ୟରେ ପ୍ରାଇଭେଟ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରୀ ପ୍ରଦାନରେ ସଂରକ୍ଷଣ ଦେବା ନେଇ ଦାବି ହୋଇ ଆସୁଛି । କିନ୍ତୁ କୌଣସି ରାଜ୍ୟ ଏହି ନିୟମକୁ ଲାଗୁ କରି ନାହାନ୍ତି । ମଧ୍ୟ ପ୍ରଦେଶରେ ଜୁଲାଇ 9 ତାରିଖରେ କୁହାଯାଇଥିଲା ଯେ ରାଜ୍ୟ ସରକାର ଏପରି ଏକ ଆଇନ ପ୍ରଣୟନ କରିବାକୁ ଯାଉଛିନ୍ତି ଯାହା ଦ୍ୱାରା ପ୍ରାଇଭେଟ କମ୍ପାନୀରେ 70 ପ୍ରତିଶତ ଚାକିରୀ  ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷିତ ହୋଇ ରହିବ ।