ଆନ୍ଧ୍ରପ୍ରଦେଶର ସମସ୍ତ ସ୍କୁଲରେ ଇଂରାଜୀ ମାଧ୍ୟମରେ ଦିଆଯିବ ଶିକ୍ଷାଦାନ

ଅମରାବତୀ :ଆନ୍ଧ୍ରପ୍ରଦେଶରେ ଏବେ ସରକାରୀ ସ୍କୁଲରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ସରକାର ଅନୁମତି ଦେଇଛନ୍ତି। ସମସ୍ତ ସରକାରୀ, ଏମପିପି ସ୍କୁଲ, ଜିଲ୍ଲା ପରିଷଦ ସ୍କୁଲ ଏବଂ ସମସ୍ତ କକ୍ଷରେ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ ବୋଲି ରାଜ୍ୟ ଶିକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାନୁସାରେ, ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ଏବଂ ନବମରୁ ଦ୍ଵାଦଶ ଶ୍ରେଣୀ ପାଇଁ ୨୦୨୧-୨୦୨୨ ଶିକ୍ଷାବର୍ଷ ଠାରୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। 

ରାଜ୍ୟରେ ଇଂରାଜୀ ମାଧ୍ୟମରେ ପାଠ ପଢାଯିବା ନେଇ ସରକାର କହିଛନ୍ତି ଯେ, ସମସ୍ତ ସ୍କୁଲରେ ଶିକ୍ଷାର ବର୍ତ୍ତମାନ ମାଧ୍ୟମ ଆଧାରରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଶିକ୍ଷା କମିଶନର ତେଲୁଗୁ କିମ୍ବା ଉର୍ଦ୍ଦୁକୁ ଅନିବାର‌୍ୟ୍ୟ ବିଷୟ କରିବା ନିହାତି ଆବଶ୍ୟକ।