ଜଗନ ମୋହନ ସରକାରଙ୍କ ବଡ ଘୋଷଣା, ଏଣିକି ଆନ୍ଧ୍ର ଆଶା କର୍ମୀଙ୍କୁ ମିଳିବ ୧୦ହଜାର ଟଙ୍କା

ନୂଆଦିଲ୍ଲୀ: ଆନ୍ଧ୍ର  ପ୍ରଦେଶରେ ଜଗନ ମୋହନ ରେଡୀ ସରକାର ଗଠନ କରିବା ପରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଆଶା କର୍ମୀଙ୍କୁ ୧୦ ହଜାର ଟଙ୍କା ମିଳିବ । ପୂର୍ବରୁ ୩ ହଜାର ଟଙ୍କା ମିଳୁଥିଲା ଯାହାକୁ ତିନି ଗୁଣା ବୃଦ୍ଧି କରାଯାଇଛି ।

ଦେଶରେ ୮ ଲକ୍ଷରୁ ଅଧିକ ଆଶା କର୍ମୀ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଅଛନ୍ତି ଏବଂ ଗ୍ରାମୀଣ କ୍ଷେତ୍ରରେ ଖାସ୍ କରି ସେମାନଙ୍କର ବିଶେଷ ଯୋଗଦାନ ରହିଛି । ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଅଧିକାରୀକ ଆକଳନ ମୁତାବକ, ୨୦୧୭ରେ ଆନ୍ଧ୍ର ପ୍ରଦେଶରେ ୩୫ହଜାରରୁ ଅଧିକ ଆଶାକର୍ମୀ କାର୍ଯ୍ୟରତ ଥିଲେ । 

ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କୁ ପ୍ରଥମିକ ଚିକିତ୍ସା ଯୋଗେଇ ଦେବା, ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସୁବୁଧା ଯୋଗେଇ ଦେବା, ଲୋକମାନଙ୍କୁ ସଚେତନ କରେଇବାକୁ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଛି ।