ଆକାଶମାର୍ଗରୁ ଆନ୍ଧ୍ରମୁଖ୍ୟମନ୍ତ୍ରୀଙ୍କ ଗୋଦାବରୀ ଡଙ୍ଗାବୁଡି ସ୍ଥଳ ପରିଦର୍ଶନ

ଅମରାବତୀ: ଆକାଶ ମାର୍ଗରୁ ପୂର୍ବ ଗୋଦାବରୀରେ ଡଙ୍ଗା ବୁଡି ସ୍ଥଳ ପରିଦର୍ଶନ କରିଛନ୍ତି ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡି। ଏହା ସହ ରାଜମହେନ୍ଦ୍ରଭରମ ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ରବିବାର...

ଅମରାବତୀ: ଆକାଶ ମାର୍ଗରୁ ପୂର୍ବ ଗୋଦାବରୀରେ ଡଙ୍ଗା ବୁଡି ସ୍ଥଳ ପରିଦର୍ଶନ କରିଛନ୍ତି ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡି। ଏହା ସହ ରାଜମହେନ୍ଦ୍ରଭରମ ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ରବିବାର ଆନ୍ଧ୍ରପ୍ରଦେଶ ଦେବୀପାଟନମରେ ପର‌୍ୟ୍ୟଟକଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏକ ବୋଟ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ୬୨ ଜଣ ଯାତ୍ରୀ ବୁଡିଯାଇଥିଲେ । ସଙ୍ଗେ ସଙ୍ଗେ ଏନଡିଆରଏଫ ଟିମ ଦ୍ୱାରା ଜଣଙ୍କ ମୃତଦେହ ସହ ୧୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢି ୧୨ରେ ପହଞ୍ଚିଥିବା ବେଳେ ମୋଟ ୨୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ନଦୀରେ ଫସିରହିଛନ୍ତି।

ଆଜି ସକାଳ ୭.୩୦ରୁ ଚେତକ ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜମୁଣ୍ଡାରୀ ବିମାନ ବନ୍ଦରରୁ ବିମାନ ଆସି ଦେବୀପଟନମରୁ ପୋଲାଭରମ ପର‌୍ୟ୍ୟନ୍ତ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Spread the love
Categories
ଦେଶ-ବିଦେଶ

RELATED BY