ଆସାମ ପରେ ଓଡିଶାରେ ଆନ୍ଧ୍ର ମାଛରେ ରାସାୟନିକ ବ୍ୟବହାର ନେଇ ଉଠିଲା ପ୍ରଶ୍ନ, ମାନ ଜାଞ୍ଚ ପାଇଁ ଗଠନ ହେଲା ବିଶେଷଜ୍ଞ ଟିମ

ଭୁବନେଶ୍ବର  :  ଆସାମ ସରକାରଙ୍କ ପଦକ୍ଷେପ ପରେ ଏବେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଆନ୍ଧ୍ରରୁ ଆସୁଥିବା ମାଛର ମାନ ନେଇ ବିଶେଷଜ୍ଞ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏହି ବିଶେଷଜ୍ଞ ଦଳର ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରରୁ ଆସୁଥିବା ମାଛକୁ ତାଜା ରଖିବା ପାଇଁ ଫର୍ମାଲିନ୍ ମିଶାଯାଉଥିବାରୁ ଏହା କ୍ୟାନସର ଭଳି ଘାତକ ରୋଗ ସୃଷ୍ଟି କରିଥାଏ ।ଚେତିଲେ ସରକାର

ତେଣୁ ଆନ୍ଧ୍ରରୁ ଆସୁଥିବା ମାଛକୁ ଆସାମ ସରକାର ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଆମଦାନୀ ଓ ବିକ୍ରି ବିକ୍ରି ଉପରେ ରୋକ୍  ଲଗାଇଛନ୍ତି । ଆସାମକୁ ଆସିଥିବା ମାଛର ନମୂନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ପାଇଁ ଲାବୋରୋଟୋରିକୁ ପଠାଯାଇଥିଲା । ଏ ସମ୍ପର୍କିତ ରିପୋର୍ଟ ଆସାମ ସରକାରଙ୍କୁ ମିଳିବା ପରେ ଆନ୍ଧ୍ର ମାଛ ଆସାମରେ ବ୍ୟାନ ହୋଇଛି । ଏ ଦିଗରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ବି ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ଆନ୍ଧ୍ର ମାଛ ଉପରେ ଓଡ଼ିଶା, ଆସାମ ଓ ପଶ୍ଚିମବଙ୍ଗ ବିଶେଷ ଭାବେ ନିର୍ଭରଶୀଳ