ବରଗଡ଼: ବରଗଡ଼ ଜିଲ୍ଲା ରେ ଜଣେ ପ୍ରତିଭା ସମ୍ପର୍ଣ୍ଣ ଯୁବକ ସତ୍ୟ କେତନ ମହାନ୍ତି ନିଜ ହାତର କାରିଗରୀ କୌଶଳ ରେ ଜଙ୍ଗଲ ଝରଣା ପାଣିରେ ଭାସି ଯାଉଥିବା ବା ନଷ୍ଟ ହେଉଥିବା ଗଛ କାଠ ଏବଂ ଚେର କୁ ସଂଗ୍ରହ କରି ଏକ ନୂଆ ରୂପ ରଙ୍ଗ ଦେଇ ତିଆରି କରୁଛନ୍ତି ବିଭିନ୍ନ ପରିବେଶ ଭିତ୍ତିକ ମୂଲ୍ୟବାନ କଳାକୃତି ।ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସତ୍ୟ କେତନ ,ହେଲେ ପ୍ରଶାସନ କି ସରକାର କେହି ତାଙ୍କୁ ବଢ଼ାଇ ନାହାନ୍ତି ସହାୟତା ର ହାତ । ତଥାପି ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ନିଜେ ନିଜ ପରିଚୟ ସୃଷ୍ଟି କରି ଆଗକୁ ବଢିବାର ଲକ୍ଷ ନେଇ ଆଗେଇ ସିଲିଛନ୍ତି। ଆବର୍ଜନା ରୁ ସାଉଁଟି ଆଣିଛନ୍ତି ସ୍ୱତନ୍ତ୍ର ପରିଚୟ ବରଗଡ଼ ଜିଲ୍ଲା ର ସତ୍ୟ କେତନ ମହାନ୍ତି ।
ଜଣେ ସାଧାରଣ ପରିବାର ରେ ଜନ୍ମ ତାଙ୍କର । ଉଚ୍ଚ ଶିକ୍ଷିତ ଶାନ୍ତ ସରଳ ସ୍ଵଭାଵ ।ଛୋଟ ଦିନରୁ ରାସ୍ତା କଡରେ ପଡିଥିବା କିମ୍ବା ଯେ କୌଣସି ସ୍ଥାନରେ ହେଉନା କାହିଁକି ଭିନ୍ନ ଓ ନିଆରା ଲାଗୁଥିବା ଜିନିଷ ଗୋଟାଇ ଆଣି ଘରେ ରଖୁଥିବା ତାଙ୍କ ପିଲାଦିନର ସଉକ ଏନେଇ ବହୁବାର ଘରୁ ଗାଳି ଖାଇଛନ୍ତି ।
କିନ୍ତୁ ସେ ଦିନର ଆଗ୍ରହ ଓ ସଂଗ୍ରହ କରିବା ନିଶା ତାଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି । ଖାଲି ସେତିକି ନୁହେଁ ତାଙ୍କ ଏହି କାମ ପାଇଁ ଭିଏତନାମ ବିଶ୍ୱବିଦ୍ୟାଳୟ ରୁ ମିଳିଛି ତାଙ୍କୁ ଡକ୍ଟରେଟ ଉପାଧି । ଆଜି ସେ ନିଜର ଉଦ୍ୟମ ରେ ସଂଗ୍ରହ କରି ରଖିଛନ୍ତି ସହ ସହ ପ୍ରକାରର ବିରଳ ଜିନିଷ । ତାଙ୍କ ସଂଗ୍ରହ କରିବା ଭିତରେ ରହିଛି ୧୦୦ରୁ ଅଧିକ ପ୍ରକାରର ଜୀବାସ୍ମ,୮୫୦ ପ୍ରକାର ର ବିଭିନ୍ନ ଦେଶ ଓ ଭାରତ ର ପୁରୁଣା ସାଙ୍କେତିକ ମୁଦ୍ରା,୩୦୦ ପ୍ରକାରର ପୁରୁଣା ଦସ୍ତାବେଜ, ତାଳପତ୍ର ପୋଥି, ଦୁଆତ, ପୁରୁଣା ଲେଖନୀ, ଆଦିବାସୀ ମାନଙ୍କ ଅଳଙ୍କାର, ବାଦ୍ୟଯନ୍ତ୍ର,୪୦୦ ପ୍ରକାରର ର ରତ୍ନ ପଥର ,ଡାକ ଟିକଟ, ବିଭିନ୍ନ ପ୍ରକାରର ମେଡାଲ, ରାଣୀ ଭିକ୍ଟୋରୀୟା କଂ ଲିଖିତ ଚମଡା ଚିଠି, ସେହିପରି ବିଭିନ୍ନ ପ୍ରଜାତିର ଶଙ୍ଖ, ଶାମୁକା ମଧ୍ୟ ସଂଗ୍ରହ କରି ରଖିଛନ୍ତି। ତେବେ ସେ ବଣ ଜଂଗଲ ଝରଣା ହେଉବା ବା ବିଭିନ୍ନ ସ୍ଥାନରୁ ପୁରୁଣା ଆବର୍ଜନା କାଠ ଆଣି ସେଥିରୁ ଆକର୍ଷଣୀୟ ଘର ସଜା ଜିନିଷ, ବିଭିନ୍ନ ପଶୁ, ପକ୍ଷୀ କଂ ପ୍ରତିକୃତି ତିଆରି କରିପାରନ୍ତି ।
ସେ ଛୋଟ ପିଲା ଥିବାବେଳେ ବାପାଙ୍କ ସହ ବୁଲି ଯାଇଥିଲା ବେଳେ ବିଭିନ୍ନ ସାମଗ୍ରୀ ଗୋଟାଉ ଥିବାରୁ ବାପାଙ୍କ ଠାରୁ ମାଡ଼ ମଧ୍ୟ ଖାଇଛନ୍ତି ।ହେଲେ ଆଜି ତାଙ୍କ ଘରେ ରହିଛି ଚକିତ କରିଦେଇ ଥିବା ପରି ଅନେକ ସାମଗ୍ରୀ ।କିନ୍ତୁ ଆଜି ତାଙ୍କ ପରିବାର ମା, ଭାଇ ଭଉଣୀ ସ୍ତ୍ରୀ ପିଲାଛୁଆ ସମସ୍ତେ ତାଙ୍କୁ ଏହି ସଂଗ୍ରହ କରିବା କମରେ ସାହାଯ୍ୟ କରିବା ସହ ଉତ୍ସାହିତ ମଧ୍ୟ କରୁଥିବା ସହ ଏହି ୧୪ ବର୍ଷ ର କଠୋର ପରିଶ୍ରମ ବଳରେ ଆଜି ଦୁନିଆ ର ଅନେକ ବସ୍ତୁକୁ ହାତ ପାହାନ୍ତାରେ ରଖି ବେସ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି ସତ୍ୟକେତନ ।ଆଉ ମା ଜ୍ୟୋସ୍ନା ମୟୀ ବେଶ ଖୁସି ଅନୁଭବ କରି ପୁଅକୁ ଦେଇଛନ୍ତି ଆହୁରି ଉନ୍ନତି କରିବା ପାଇଁ ଆଶ୍ରିବାଦ ।
ଏହି ମହାନ ପ୍ରତିଭା କୁଂ ଏଥିପାଇଁ ୨୦୧୩ ଓ ୨୦୧୪ରେ ଦୁଇ ଦୁଇ ଥର ଇଣ୍ଡିଆ ବୁକଅପ ରେକର୍ଡ ତରଫରୁ ସମ୍ମାନ ସହ ପ୍ରାୟ୫୦ରୁ ଅଧିକ ଅନୁଷ୍ଠାନ ମାନକଂ ଠାରୁ ସମ୍ବର୍ଦ୍ଧନା ମଧ୍ୟ ମିଳିଛି । ତେବେ ବରଗଡ଼ରେ ଏକ ସଂଗ୍ରହାଳୟ ଖୋଲିବାକୁ ଜିଲ୍ଲା ପ୍ରସାଶନ କୁ ଅନେକ ଥର କହିଥିଲେ ସୁଦ୍ଧା କୋୖଣସି ପ୍ରକାର ସହଯୋଗ ମିଳିନଥିବା ବେଳେ ସଂଗ୍ରହ କରିଥିବା ଜିନିଷ ତାଙ୍କ ଘରେ ସୀମିତ ହୋଇ ରହିଯାଉଛି ଯାହାଫଳରେ ଆଗାମୀ ଭବିଷ୍ୟତ ଓ ପିଢୀଙ୍କ ପାଇଁ ଏହା ଲୁକ୍କାୟିତ ରହି ଯାଉଛି ବୋଲି କହିଛନ୍ତି ଆଇନଜୀବୀ ରବି ନାରାୟଣ ପଣ୍ଡା ।
ଇଛା ଥିଲେ ବୁଦ୍ଧି ଆପେଆପେ ଆସେ । ତେବେ ସତ୍ୟ କେତନ ଙ୍କ ପରି ଜଣେ ପ୍ରତିଭା ବାନ ବ୍ୟକ୍ତି ଙ୍କ ଇଛା ଶକ୍ତି ଯୋଙ୍ଗୁ ଆଜି ଆମ ଦେଶ ଓ ବିଦେଶ ରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ତେବେ ତାଙ୍କରି ପ୍ରତିଭା ଏବେ ଅନେକ ଯୁବ ପିଢୀଙ୍କ ପାଇଁ ପ୍ରେରଣା ଦାୟକ ହୋଇ ପାରିବ ସେନେଇ ଜିଲ୍ଲା ପ୍ରସାସନ ଓ ସରକାର ଙ୍କ ସହାୟତା ର ଅଵଶ୍ୟକତା ରହିଛି ।