ନୂଆଦିଲ୍ଲୀ : ନିଖୋଜ ବିମାନର ମିଳିଳା ଭଗ୍ନାବଶେଷ। ଅରୁଣାଚଳ ପ୍ରଦେଶର ଲିପୋରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଠାବ କରାଯାଇଛି। ଏହାକୁ ବାୟୁ ସେନାର ନିଖୋଜ ବିମାନ AN-32 ର ଭଗ୍ନାବଶେଷ ବୋଲି କୁହାଯାଉଛି। ଜୁନ ୩ରେ ବାୟୁସେନାର AN-32 ବିମାନ ଆସାମର ଜରହାଟରୁ ଉଡାଣ ଭରିବାପରେ ନିଖୋଜ ହୋଇଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମାଚୁକା ଯାଉଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ସିୟାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ବିମାନରେ ୮ ଜଣ କ୍ରିଉ ମେମ୍ବର ସହ ମୋଟ ୧୩ ଜଣ ଯାତ୍ରୀ ଥିଲେ । ଏହି ନିକୋଜ ବିମାନରେ ଓଡିଶାର ଜଣେ ସଦସ୍ୟ ସାମିଲ ଅଛନ୍ତି ।