ନୂଆଦିଲ୍ଲୀ : ଚଳନ୍ତା ଗାଡିରେ ଯାତ୍ରୀ ମାନଙ୍କୁ ଡ୍ରାଇଭର ମାନେ ଖରାପ ବ୍ୟବହାର କରିବା ସହ ଲୁଟ କରି ଛାଡି ଦେବାରଅଭିଯୋଗ ଅନକେ ସମୟରେ ହୋଇଥାଏ । ହଲେ ଏହାର ଓଲଟା ଘଟଣା ସାମ୍ମନାକୁ ଆସିଛି । କ୍ୟାବରେ ଜଣେ ମହିଳା ଅର୍ଧଉଲଗ୍ନ ହେବା ସହ କ୍ୟାବରୁ ଟଙ୍କା ଲୁଟ କରି ଚଳନ୍ତା ଗାଡିରୁ ଡେଇଁ ପଳେଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କେବଳ ଏମିତି ଅଭିଯୋଗ ଆସିନି ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଘଟଣା ଘଟିଛି ଆମେରିକାର ବ୍ରୁକଲିନ ସହରରେ ।
ସୋସିଆଲ ମିଡିଆରେ ଆମେରିକାର ବ୍ରୁକଲିନ୍ ସହରରେ ଘଟିଥିବା ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେ କି କ୍ୟାବ୍ ପଛ ସିଟ୍ରେ ଦୁଇ ଯୁବତୀ ଓ ଜଣେ ଯୁବକ ବସିଛନ୍ତି ଏବଂ କ୍ୟାବ୍ ଚାଳକ ଗାଡ଼ି ଚାଳଉଛନ୍ତି। ମଝିରେ ବସିଥିବା ଯୁବତୀ କ୍ୟାବ୍ର ଟିପ୍ ବକ୍ସରେ ରଖାଯାଇଥିବା ଟଙ୍କା ଚୋରାଇ କ୍ୟାବ୍ରୁ ଓହ୍ଲାଇ ଫେରାର ହୋଇଯାଉଛି। ଯୁବତୀଙ୍କ ଏହି କାରନାମା ଗାଡ଼ିରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ୍ ହୋଇଯାଇଥିଲା। ଭିଡିଓ ଦେଖାଯାଉଥିବା ଯୁବତୀଙ୍କ ପରିଚୟ ମିଳି ସାରିଛି। ଯୁବତୀଙ୍କ ନାମ ଗୋବ୍ରିଏଲ ବୋଲି ଜଣାପଡ଼ିଛି।