କାହିଁକି ମାଟିରେ ମିଶୁଛି ବବିଙ୍କ ସରକାରୀ କ୍ୱାର୍ଟର୍ସ ପରିସରରେ ଥିବା ରାଜପ୍ରସାଦ?

ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସରକାରୀ କ୍ୱାର୍ଟର୍ସ ପରିସରରେ ନିର୍ମାଣ କରିଥିବା ରାଜପ୍ରସାଦ ପରି ଘରକୁ ଏବେ ଭାଙ୍ଗିବାରେ ଲାଗିଛନ୍ତି। ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର୍ସ ପରିସରେ ଜଣେ ଖବରଦାତାଙ୍କୁ ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ୫୦୦ ମିଟର ଭିତରେ ଥିବା ଏହି ସରକାରୀ କ୍ୱାର୍ଟର୍ସକୁ ବବି କିଭଳି ଭାଙ୍ଗୁଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ।

କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିଲେ ଘର। ଯଦି କରିଥିଲେ କାହା ଅନୁମତିରେ କରିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବାହାର ପଟୁ ତାଲା ପକାଇ ଭିତର ପଟୁ ଭଙ୍ଗାରୁଜା ଚାଲିଛି। କିଏ କାହିଁକି ଭାଙ୍ଗୁଛି ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ।

ଏନେଇ ବବି କହିଛନ୍ତି, ୧୫ ତାରିଖ ପର୍ଯ୍ୟନ୍ତ ମୁଁ ମୋ ପୋଷ୍ଟରେ ଅଛି । ସରକାରୀ କ୍ବାର୍ଟର୍ସ ଯେଉଁଭଳି ନିଆଯାଇଥାଏ, ସେହିଭଳି ଫେରାଯାଇଥାଏ । ସେହି ଅନୁସାରେ ମୁଁ ସରକାରଙ୍କୁ ଫେରାଇବି । ବିଭିନ୍ନ ଚ୍ୟାନେଲରେ ଅନେକ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି, ଯାହାକୁ ଦେଖି ଦୁଃଖ ଲାଗିଥିବା କହିଛନ୍ତି ପ୍ରଣବ । ଏହାସହ ସେ କହିଛନ୍ତି, ଯେହେତୁ ମୁଁ ବିଜେଡିର ସାଙ୍ଗଠନିକ ସମ୍ପାଦକ ରହିଛି, ତେଣୁ ବିଭିନ୍ନ ନେତା ଓ ଲୋକମାନେ ମୋତେ ଭେଟିବାକୁ ଆସୁଥିଲେ, ତେଣୁ ମୁଁ ଏକ ଅସ୍ଥାୟୀ ଘର ତିଆରି କରିଥିଲି । ତେଣୁ ଯେମିତି ନେଇଥିଲି, ସେମିତି ମୁଁ ଠିକ୍ ସମୟରେ ଫେରାଇଦେବି ବୋଲି କହିଛନ୍ତି ବବି ।

Why is the palace on the premises of Bobby's official quarters destroy?