ଭୁବନେଶ୍ୱର : ସମାଜରେ କୌଣସି ଶିଶୁ ଖାଦ୍ୟରୁ ବଞ୍ଚିତ ନହେବା ସହିତ ଅପପୁଷ୍ଟିର ଶିକାର ନହେବା ଏବଂ ପ୍ରତ୍ୟେକ ଅସହାୟ ମହିଳା ଯେଭଳି ଏକ ସମ୍ଭବପୂର୍ଣ୍ଣ ରୋଜଗାର ମାଧ୍ୟମରେ ସ୍ୱାଭିମାନର ସହ ଜୀବନ ନିର୍ବାହ କରିପାରିବେ ସେଥିପ୍ରତି ବେଦାନ୍ତ ଗୋଷ୍ଠୀର ରହିଥିବା ସଂକଳ୍ପକୁ କାର୍ଯ୍ୟକାରୀ କରାଯାଉଛି । ଭାରତ ସରକାରଙ୍କ ମିଳିତ ସହଯୋଗରେ ୨୦୧୫ରୁ କାର୍ଯ୍ୟକାରୀ କରାଯାଇଥିବା ‘ନନ୍ଦଘର’ (ଆଧୁନିକ ଅଙ୍ଗନୱାଡି)ପ୍ରକଳ୍ପ ମାଧ୍ୟମରେ ଦେଶର ୫୦,୦୦୦ ଶିଶୁ ଏବଂ ୩୭,୦୦୦ ମହିଳାଙ୍କୁ ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହିତ ଆଗାମୀ ଦୁଇବର୍ଷ ମଧ୍ୟରେ ୫ ଲକ୍ଷ ଶିଶୁ ଏବଂ ୩ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଗୁରୁ ପୂର୍ଣ୍ଣିମା ଅବସରରେ ବେଦାନ୍ତ ଶିଳ୍ପ ଗୋଷ୍ଠୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ନିଜର ବାର୍ତ୍ତାରେ ପ୍ରକାଶ କରିଛନ୍ତି ।
‘ନନ୍ଦଘର’ (ଆଧୁନିକ ଅଙ୍ଗନୱାଡି)ପ୍ରକଳ୍ପ ମାଧ୍ୟମରେ ଦେଶର ୫୦,୦୦୦ ଶିଶୁ ଏବଂ ୩୭,୦୦୦ ମହିଳାଙ୍କୁ ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହିତ ଆଗାମୀ ଦୁଇବର୍ଷ ମଧ୍ୟରେ ୫ ଲକ୍ଷ ଶିଶୁ ଏବଂ ୩ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି : ବେଦାନ୍ତ ଶିଳ୍ପ ଗୋଷ୍ଠୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ
ଭାରତୀୟ ପରମ୍ପରାରେ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ଯଥେଷ୍ଟ ରହିଛି ଏବଂ ଏହି ଦିବସରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ପାରସ୍ପରିକ ସଂହତି ଏବଂ ସୁସ୍ଥ ଜୀବନ ଓ ସମାଜ ପାଇଁ ଶୁଭେଚ୍ଛା ଜଣଶିଛନ୍ତି । ଭାରତୀୟ ବେଦ ବେଦାନ୍ତରେ ବର୍ଣ୍ଣିତ ‘ବସୁଧୈବ କୁଟୁମ୍ବକମ୍’ ବାଣୀକୁ ଉଚ୍ଚାରଣ କରି ସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ସାମାଜିକ ସେବା କ୍ଷେତ୍ରରେ ବେଦାନ୍ତ ନିଜର ଭୂମିକାକୁ ଅତୁଟ ରଖିଥିବା ବେଳେ ଏହି ଗୋଷ୍ଠୀ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବାଲକୋ କ୍ୟାନ୍ସର ହସ୍ପିଟାଲ ଦ୍ୱାରା ଦେଶର ପୂର୍ବାଞ୍ଚଳର ହଜାର ହଜାର ରୋଗୀଙ୍କୁ ସେବା ଯୋଗାଇ ଦିୟାଯାଇ ଆସୁଛି । ସମାଜିକ ମଙ୍ଗଳସୂତ୍ରୀ କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ଗୋଷ୍ଠୀ ୫୦୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।