ଉକ୍ରଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର,(ସାହସ ବ୍ୟୁରୋ ) : ଘର ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବା
ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନୀ ଉକ୍ରଳ ଆଲୁମିନାର ସିଏସ୍ଆର୍ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । କମ୍ପାନୀର ଘର ପାଖରେ ସ୍ୱାସ୍ଥ୍ୟସେବା ଅଭିଯାନରେ (ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍), ଉକ୍ରଳ ଆଲୁମିନା ପକ୍ଷରୁ ହେଲ୍ପ ଏଜ୍ ଇଣ୍ଡିଆ ସହ ମିଶି ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ପ୍ରଚଳନ କରାଯାଉଛି, ଯେଉଁଥିରେ ଜଣେ ଲେଖାଏଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ସାମାଜିକ ସୁରକ୍ଷା ଅଧିକାରୀ ରହିଛନ୍ତି ।
ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ଏହା ପାରିପାଶ୍ୱିର୍କ ଗ୍ରାମରେ ପରିଭ୍ରମଣ କରିଥାଏ । ୧୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାଧ୍ୟମରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ର ଏକକାଳୀନ ୪୪ଟି ଗ୍ରାମକୁ ଏହି କାର୍ଯ୍ୟକ୍ରମ ଅଧୀନରେ ସାମିଲ କରାଯାଇଛି । ୨୦୧୮-୧୯ରେ ଏହି ଏମ୍ଏଚ୍ୟୁରେ ୧୩,୩୯୪ରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ହାସଲ କରିଛନ୍ତି । ଏ ସମ୍ପର୍କରେ ଉକ୍ରଳ ଆଲୁମିନାର ସଭାପତି ଓ ୟୁନିଟ୍ ମୁଖ୍ୟ ଏନ୍ ନାଗେଣ କହିଛନ୍ତି ଯେ, ‘ନୂଆପଡ଼ାରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଓସପଡ଼ାରେ ଓପିଡି ସହିତ ଉକ୍ରଳ ହସ୍ପିଟାଲ୍କୁ ନେଇ ଏମ୍ଏଚ୍ୟୁ ସହିତ ଆମେ ଲୋକମାନଙ୍କୁ ସମ୍ଭବତଃ ଶ୍ରେଷ୍ଠ ଚିକିତ୍ସା ସେବା ପ୍ରଦାନ କରୁଛୁ । ଆଗାମୀ ଦିନରେ ଆମେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବୁ । କମ୍ପାନୀ ପକ୍ଷରୁ ଓସପଡ଼ାରେ ଥିବା ଉକ୍ରଳ ହସ୍ପିଟାଲ୍ରେ ଇନ୍ଡୋର ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ମଲ୍ଟି ସ୍ପେସିଆଲିଟି ସେବା ଆରମ୍ଭ କରାଯିବ । ଅଲ୍ଟ୍ରାସାଉଣ୍ଡ୍, ଡିଜିଟାଲ
ଏକ୍ସରେ, ହାର୍ମୋନାଇଜର, ୟୁରିନ୍ ଆନାଲାଇଜର୍, ଅଟୋ-ବାୟୋକେମିଷ୍ଟ୍ରି ଆନାଲାଇଜର୍, ନେଫ୍ଲୋମିଟର ଓ ଇଲେକ୍ଟ୍ରୋଲାଇଟ୍ ଆନାଲାଇଜର୍ ଇତ୍ୟାଦି ଅତ୍ୟାଧୁନିକ ମେଡିକାଲ୍ ଉପକରଣ ଇନ୍ଡୋର ସେବା ପାଇଁ କିଣାଯାଇଛି ।’ ଜିଲ୍ଲା ପ୍ରଶାସନ ଏହି ଅଭିଯାନକୁ ଅତ୍ୟନ୍ତ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି । ତେବେ ଏହା ଆଖପାଖ ଅଂଚଳର ଅନେକ ଲୋକଙ୍କ ପାଇଁ ସହାୟକ ହେବ ବୋଲି ଉକ୍ରଳ ଆଲୁମିନାର ଭିତିଭୂମି ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରଶଂସା କରି ରାୟଗଡ଼ାର ଅତିରିକ୍ତ ଜିଲ୍ଲା ସାଧାରଣ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) କହିଛନ୍ତି ।