ପୁରୀ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୪ ଶ୍ରମିକ ଆହତ

ପୁରୀ ରେଳ ଷ୍ଟେସନରେ ଭୁଶୁଡ଼ିଲା  ନିର୍ମାଣାଧୀନ କୋଠା । ଯାହାଫଳରେ ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ଶ୍ରମିକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ରବିବାର ଦିନ ପୁରୀ ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।

Under construction roof collapses at puri railway station