ସଂସଦରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ସେ ସରକାରଙ୍କ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସାରା ଦେଶବାସୀଙ୍କୁ ଅବଗତ କରାଇଥିଲେ। ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ, ସରକାର ରିଫର୍ମ (ବ୍ୟବସ୍ଥାରେ ସୁଧାର), ପରଫର୍ମ (ପ୍ରଦର୍ଶନ) ଏବଂ ଟ୍ରାନ୍ସଫର୍ମ (ପରିବର୍ତ୍ତନ) ଉପରେ ଗୁରୁତ୍ଵ ଦେଉଛନ୍ତି।

ରାଷ୍ଟ୍ରପତି ମୁର୍ମୁ କହିଥିଲେ, ଜନ କଲ୍ୟାଣର ନୂଆ ଅଧ୍ୟାୟ ଲେଖିବ ସରକାର। ସଂସ୍କାରକୁ ଅଧିକ ଗତି ଦେବା ଉପରେ କାମ ହେବ। ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କାମ ହେବ। ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି। ପ୍ରାକୃତିକ ଦୁର୍ବିପାକ ଦେଶର ବିକାଶକୁ ରୋକିପାରିନାହିଁ। ସରକାର ମହିଳା ସଶକ୍ତୀକରଣ ଦିଗରେ ଭଲ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ।

The President gave a speech in Parliament