ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ

ଭୁବନେଶ୍ୱର(ବ୍ୟୁରୋ):ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରିଅଛି ଓ ହସ୍ପିଟାଲ କ୍ୟାମ୍ପସରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଯାନଟିକୁ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଙ୍କୁ ପ୍ରଦାନ କରିଛନ୍ତି

ପୋଷ୍ଟ ଗ୍ରାଜୁଏଟ ଅନୁଷ୍ଠାନ ଭାବେ ଘୋଷିତ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ଚିକିତ୍ସାଳୟ ଯାହା ୨୫ ଏକର ପରିମିତ ଜମିରେ ୭୫୦ ସଂଖ୍ୟା ବିଶିଷ୍ଟ ଶଯ୍ୟା ସହିତ ଦୈନିକ ପ୍ରାୟ ୫୫୦୦ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରୁଅଛି ଓ ଏହି ଯାନଟି ହସ୍ପିଟାଲର ବିଭିନ୍ନ ବିଭାଗ ମଧ୍ୟରେ କମ ସମୟରେ ସୁବିଧାରେ ଯିବା ଆସିବା ପାଇଁ ଚିକିତ୍ସା ନିମିତ୍ତ ଆସୁଥିବା ରୋଗୀ, ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କୁ ସାହାଯ୍ୟ କରିବ।

ଏହି ନିଗମ ରାଜ୍ୟର ୩୦ ଟି ଜିଲ୍ଲାରେ ୬୮ ଟି ପଣ୍ୟାଗାର ପରିଚାଳନା କରି କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ସଂରକ୍ଷଣ କ୍ଷେତ୍ରରେ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରି ଆସୁଛି ଓ ଗୋଦାମରେ ସଂରକ୍ଷିତ ଖାଦ୍ୟଶସ୍ୟ ଗୁଡିକ ସରକାରଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧିନରେ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥାଏ ଓ ରାଜ୍ୟ ସରକାରଙ୍କର ସମବାୟ ବିଭାଗ ଅଧିନରେ ଏହା ଏକ ଲାଭଜନକ ନିଗମ ଅଟେ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ପାଇଁ ନେଟ ଲାଭରୁ ଅର୍ଥ ସହାୟତା କରିଥାଏ ।

ଏହି ଅବସରରେ ପଣ୍ୟାଗାର ନିଗମର ଅଧ୍ୟକ୍ଷ, ଶ୍ରୀମତୀ ମଞ୍ଜୁଶ୍ରୀ ବଢ଼ାଇ, ପରିଚାଳନା ନିର୍ଦେଶକ ଡ଼. ଗଣେଶ୍ୱର ଜେନା, ବିତ୍ତ ପରାମର୍ଶଦାତା ଶ୍ରୀମତୀ ସ୍ମିତାଞ୍ଜଳି ସ୍ୱାଇଁ, ମୁଖ୍ୟ ସାଧାରଣ ପ୍ରବନ୍ଧକ ସୁପ୍ରିୟା ସ୍ୱାଇଁ ଏବଂ ସାଧାରଣ ପ୍ରବନ୍ଧକ (ବାଣିଜ୍ୟ) ଶ୍ରୀ ନବ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲଷ୍ମୀଧର ସାହୁ, ସୁପରିନଟେନଡେଣ୍ଟ ଡା. ଦିଲ୍ଲୀପ କୁମାର ପଣ୍ଡା, ଡେପୁଟି ସୁପରିନଟେନଡେଣ୍ଟ ଡା. ଧନଞ୍ଜୟ ଦାସ ଏବଂ କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଅଧିକାରୀଗଣ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଓ ସମାଜ ସେବା ତଥା ପରିବେଶ ସୁରକ୍ଷା ନିମିତ୍ତ ପଣ୍ୟାଗାର ନିଗମର ଏହି ପ୍ରୟାସକୁ ପ୍ରଶଂସା କରାଯାଇଛି ।

Supply of electric vehicle to Capital Hospital by Odisha State Treasury Corporation