ଅମ୍ବାଲା : ଗଛରେ ସିରିଡି ସାଇବାବାଙ୍କ ସଙ୍କେତ । ଏହାକୁ ନେଇ ଶିରିଡି ସାଇ ବାବାଙ୍କ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ବାବାଙ୍କର ଅଲୌକିକ ଶକ୍ତି ପାଇଁ ସେ ନିଜ ଭକ୍ତଙ୍କ ପାଖରେ ବହୁତ ପ୍ରିୟ । କୁହାଯାଏ ଯେ ବାବାଙ୍କୁ ଯିଏ ଅରାଧନା କରି ଯାହା ମନାସି ଥାଏ ବାବା ତାଙ୍କର ଭକ୍ତଙ୍କୁ ତାହା ଦେଇଥାନ୍ତି। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବାବାଙ୍କର ଅନେକ ଭକ୍ତ ରହିଛନ୍ତି । ସାଇବାବାଙ୍କୁ ଶୁଦ୍ଧ ଚିତ୍ତରେ ଆରାଧନା କଲେ ସେ ନିଶ୍ଚିନ୍ତ ମନସ୍କାମନା ପୂରଣ କରିଥାନ୍ତି । ଅନେକ ସମୟରେ ବାବାଙ୍କର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ ।