ଚାଇନାରେ ଋଣ ଧାରକ ବା ଲୋନିଙ୍କୁ ଋଣ କରିବାକୁ ହେଲେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରେ ଅଜବ ନିୟମ ରହିଛି । ଋଣ କରିବାକୁ ହେଲେ ଋଣ ଗ୍ରହିତା ମାନଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। ଯଦି କୌଣସି କାରଣ ବଶତଃ ସେ ଋଣ ପରିଶୋଧ କରିପାରନ୍ତି ନାହିଁ କିମ୍ବା ଠକିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କର ନିର୍ବସ୍ତ୍ର ସେଲଫି ଲିକ୍ କରିଦିଆଯାଏ।
ତେବେ ଏହି ନିୟମ ଭୟରେ ଋଣ ଗ୍ରହିତା ମାନେ ସେମାନଙ୍କର ଋଣ ସୁଝିଥାନ୍ତି । ଆଉ ଯେଉଁ ମାନେ ସୁଝନ୍ତି ନାହିଁ ସେମାନଙ୍କର ନିୟୁଡ ବା ଲଙ୍ଗଳା ସେଲଫି ଭାଇରାଲ କରାଯାଏ । ଏତେ ସତ୍ୱେ ବି ଅନେକ ଋଣ ଗ୍ରହିତା ଙ୍କ ଏହି କାରଣରୁ ନିୟୁଡ ସେଲଫି ଭାଇରାଲ ହୋଇଛି । ଖାସ କରି ବେକାର ଯୁବକ ଯୁବତୀ ମାନେ ଏହାର ଶୀକାର ବେଶୀ ହେୁଛନ୍ତି ।