ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା,ବଢିଲା ରେପୋ ରେଟ

ଭୁବନେଶ୍ବର  : ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ପରେ ଆଜି ରେପୋ ରେଟରେ ବୃଦ୍ଧି  ଘୋଷଣା କରିଛନ୍ତି। ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି RBI । RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ନେତୃତ୍ବରେ ୬ ଜଣିଆ  ମୁଦ୍ରୀ ନୀତି କମିଟିର ସଦସ୍ୟଙ୍କ ସୁପାରିସ ଅନୁଯାୟୀ ରେପୋ ରେଟରେ  ୨୫ ବେସିସ ପଏଣ୍ଟ ବୃଦ୍ଧି କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପରେ ରେପୋ ରେଟକୁ ୬ ପ୍ରତିଶତରୁ ୬.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।  ରେପୋ ରେଟରେ ବୃଦ୍ଧି ଯୋଗୁ ଏଣିକ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡିବ। ଏଥିସହିତ ଇଏମଆଇରେ ସୁଧ ଦର ମଧ୍ୟ ବଢିବ।  ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ ଆରବିଆଇ ବ୍ୟାଙ୍କଗୁଡିକୁ ସ୍ବଳ୍ପ ମିଆଦୀ ଋଣ ଦେଇଥାନ୍ତି। ଏଥିସହିତ ଆରବିଆଇ ରିଭର୍ସ ରେପୋ ରେଟରେ ୬ ପ୍ରତିଶତ  ବୃଦ୍ଧ କରିଛନ୍ତି। ରିଭର୍ସ ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ RBI ବାଣିଜ୍ୟିକ ବ୍ୟାଙ୍କରୁ ଋଣ ଆଣିଥାନ୍ତି। ଶେଷ ଥର ପାଇଁ ୨୦୧୪ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୮ ପ୍ରତିଶତ ବୃଦ୍ଧି କରିଥିଲେ। ସେବେଠାରୁ ଆରବିଆ ରେପୋ ରେଟ ହ୍ରାସ କରିଛନ୍ତି କିମ୍ବା ଅପରିବର୍ତ୍ତିତ ରଖିଛନ୍ତି।