ଆଖି ବୁଜିଲା ନନ୍ଦନକାନନରେ ନାଲି ବାଘୁଣୀ ‘ସାରା’

ନନ୍ଦନକାନନରେ ଆଖି ବୁଜିଛି ନାଲି ବାଘୁଣୀ ‘ସାରା’। ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ଏହି ବାଘୁଣୀଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।

ତେବେ ସାରା ୨୦୦୯ରେ ଭୋପାଳ ଚିଡ଼ିଆଖାନାରୁ ଓଡ଼ିଶା ଆସିଥିଲା। ଏବେ ତାକୁ ୧୯ ବର୍ଷ ବୟସ ହୋଇଥିଲା। ଏବେ ତାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି।

Red Tiger 'Sara' in Nandankanan