ନୂଆଦିଲ୍ଲୀ : ବଢିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିଥିବା ତ୍ରୟମାସିକ ମୁଦ୍ରାନୀତିରେ ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ରେପୋ ରେଟ୍ ବୃଦ୍ଧି ପରେ ୬.୫୦ ପ୍ରତିଶତ ହୋଇଛି ।ରିଭର୍ସ ରେପୋ ମଧ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି ହୋଇ ୬.୨୫ ପ୍ରତିଶତ ହୋଇଛ । ତିନି ମାସରେ ଦୁଇ ଥର ରେପୋରେଟ ବୃଦ୍ଧି ପାଇଥିବା ବେଳେ ୨୦୧୩ ଅକ୍ଟୋବର ପରେ ଲଗାତର ରେପୋ ରେଟରେ ବୃଦ୍ଧି ଘଟିଛି । ଆଜିର ଘୋ।ଷଣାପରେ ଗୃହ ଋଣ ଏବଂ ଗାଡ଼ି ଋଣ କିସ୍ତି ମହଙ୍ଗା ହେବ