ପୁଣିଥରେ ରେପୋ ରେଟ୍‌ ଅପରିବର୍ତ୍ତିତ

ପୁଣିଥରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫%ରେ ଅପରିବର୍ତ୍ତିତ ନେଇ RBIର ସୂଚନା । କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଯାହା ଫଳରେ ଇଏମଆଇ କ୍ଷେତ୍ରରେ କୌଣସି ଆଶ୍ୱସ୍ତି ମିଳିନାହିଁ ।

ସୂଚନାଥାଉ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଫେବ୍ରୁଆରୀରେ ଆରବିଆଇ ରେପୋ ରେଟକୁ ୬ ଦଶମିକ ୨୫ ରୁ ୬.୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ ।

ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ରେପୋ ରେଟ୍ ଅପରିବର୍ତ୍ତିତ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରେପୋରେଟ୍ ହାରକୁ ୬.୫୦ ପ୍ରତିଶତରେ ସ୍ଥିର ରଖିବାକୁ ମୁଦ୍ରା ନୀତି କମିଟି ନିଷ୍ପତ୍ତି ନେଇଛି। ତେବେ କ୍ରମାଗତ ସପ୍ତମ MPC ବୈଠକରେ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରିଜର୍ଭ ବ୍ୟାଙ୍କର MPC ଗତ ଫେବୃଆରୀ ୩୦୨୩ ରେ ଅର୍ଥାତ୍ ୧୪ ମାସ ପୂର୍ବରୁ ରେପୋ ହାରକୁ ପରିବର୍ତ୍ତନ କରିଥିଲା । ସେହି ସମୟରେ ରେପୋ ହାର ବୃଦ୍ଧି କରାଯାଇଥିଲା ।

RBI keeps repo rate unchanged at 6.5%