ଭୁବନେଶ୍ବର : ପ୍ରେମ ଅନ୍ଧ । ପ୍ରେମ ପାଇଁ ମଣିଷ ପାଗଳ ହୋଇଯାଏ । ଦୁନିଆ ହୋଇଯାଏ ରଙ୍ଗୀନ । ପ୍ରେମ ଆଗରେ ସବୁ ତୁଛ ହୋଇଯାଏ । ହେଲେ ପ୍ରେମ ଯେତେବେଳେ ପ୍ରତାରଣ ପାଲଟେ ସେତେକେଳେ କଣ
ହୁଏ । କିଛି ବି କରିବାକୁ ପଛାଏ ନି ମଣିଷ । ଦୁନିଆ ଦୁର୍ବିସହ ହୋଇପଡେ । ସେମିତି ଏକ ଘଟଣା ଘଟିଛି ଭୁବନେଶ୍ବରରେ । ପ୍ରେମିକାର ଉପସ୍ଥିତିରେ ପ୍ରେମିକର ଆତ୍ମହତ୍ୟା । ପୁଣି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଏକ ଘଟଣା । ମୃତ ଯୁବକ ବାଙ୍କୀ ନିଷ୍ଟିପୁର ଅଞ୍ଚଳର ଅମିତ ଜେନା । ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରେମିକା ସହ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ଗେଷ୍ଟ ହାଉସରେ ରହୁଥିଲେ ।
କଟକ ଜିଲ୍ଲା ବାଙ୍କିର ଅମିତ ଜେନା । ପ୍ରେମିକାକୁ ଧରି ଭୁବନେଶ୍ବର ଆସିଥିଲେ । ଚନ୍ଦ୍ରଶେଖରପୁରର ଏକ ଗେଷ୍ଟହାଉସରେ ୧୨ଶହ ଟଙ୍କା ଦେଇ ଦିନକ ପାଇଁ ରୁମ୍ ବୁକ କରିଥିଲେ । ସକାଳୁ ଆସିଥିବା ଅମିତ ପ୍ରେମିକାଙ୍କ ସହିତ ରୁମରେ ଥିଲେ । ହେଲେ ଦିନ ୧୧ଟା ବେଳକୁ କଣ ହେଲା କେଜାଣି ରୁମ ଭିତରେ ପ୍ରେମିକାର ଓଢଣିରେ ଆତ୍ମହତ୍ୟା କଲେ ଅମିତ । ହଠାତ ଏହା ଦେଖି ପ୍ରେମିକା ଜଣକ ଗେଷ୍ଟହାଉସ୍ ମ୍ୟାନେଜରଙ୍କ ଠାରୁ ଛୁରୀ ଆଣି ଓଢଣିକୁ କାଟି ଅମିତଙ୍କୁ ତଳକୁ ନେଇ ଆସିଥିଲେ । ତେବେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ଅମିତ୍ ? ରୁମ ଭିତରେ ପ୍ରକୃତରେ କଣ ଘଟିଥିଲା ? ଖବର ପାଇ ଅମିତଙ୍କ ଭାଇ ଓ ସଂପର୍କୀୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ପ୍ରେମିକା କ୍ୟାମେରା ଦେଖି ମୁହଁ ଲୁଚାଇବା ସହ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ।
ପ୍ରେମିକା ଆଗରେ ପ୍ରେମିକର ଆତ୍ମହତ୍ୟା ।
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାର ମାତ୍ର ୧୦୦ ମିଟର ଦୁରରେ ଘଟିଛି ଏଭଳି ଘଟଣା ।
ଏକ ଗେଷ୍ଟହାଉସ ଭିତରେ ପ୍ରେମିକାର ଓଢଣିରେ ଆତ୍ମହତ୍ୟା କରିଛି ପ୍ରେମି
ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ବେଳକୁ ଅମିତ୍ଙ୍କ ମୃତଦେହ ୩ ମହଲାରେ ଥିବା ରୁମରୁ ଆସି ତଳ ଫ୍ଲୋରରେ ରଖାଯାଇଥିଲା । ତେବେ ଅମିତଙ୍କ ମୃତଦେହକୁ ତଳକୁ ଆଣିଲା କିଏ ? ସେପଟେ ଥାନାର ଠିକ ପାଖରେ ଏହି ଗେଷ୍ଟ ହାଉସ ରହିଛି । ଏକ ଫ୍ଲାଟକୁ ଟୁଲେଟ୍ ଲଗାଯାଇ ଗେଷ୍ଟ ହାଉସ୍ କରାଯାଇଛି । ଘଟଣା ସଂପର୍କରେ ମ୍ୟାନେଜରଙ୍କୁ ପଚାରିବାରୁ ସେ ଯାହା କହିଥିଲେ ତାହା ଚକିତ କଲାଭଳି ଥିଲା । ଏଠାରେ ସବୁ ଘରକୁ କୁଆଡେ ଏହିଭଳି ଝିଅପୁଅ ମାନେ ଆସିଥାନ୍ତି । ତାହା ପୁଣି ପୋଲିସର ଜାଣତରେ । ତେବେ ପୋଲିସ ସଂପୃକ୍ତ ଯୁବତୀଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛି ।
ଜନଗହଳିପୂର୍ଣ୍ଣ ରାସ୍ତା ପାଖରେ ଥିବା ଏହି ଫ୍ଲାଟରେ ଚାଲିଥିଲା ଖୁଲମଖୁଲା ଦେହ ବେପାର ! ଯିଏ ପ୍ରେମିକା ସହ ଆସୁଥିଲା ତାକୁ ଏଠାରେ ସହଜରେ ମିଳୁଥିଲା ରୁମ୍ । ଆଉ ଏଥିପାଇଁ ରୁମ ଭିତରେ ପଡିଥିଲା ଆଲିସାନ ବେଡ୍ । ତେବେ ଥାନାର ଠିକ ପାଖରେ ଥିବା ଏହି ସ୍ଥାନରେ ଏଭଳି କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ ପାଖରେ ଖବର ନଥିଲା ନା ପୋଲିସ ଜାଣି ସୁଣି ଚୁପ ରହୁଥିଲା ? ତଦନ୍ତ ହେଲେ ଅନେକ କଥା ସାମ୍ନାକୁ ଆସିବ ନିଶ୍ଚିତ ।