ନୂଆପଡା : ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ଗାଁ ନିକଟରେ ବୁଲୁଛନ୍ତି ବାଘ । କିଛି ଦିନ ତଳେ ଦୁଇଟି ବାଘକୁ ଏଠାରୁ ଧରା ଯାଇଥିବା ବେଳେ ପୁଣି ଗୋଟିଏ ବାଘ ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି । ତେବେ ବାଘଟି ଗାଁ ମୁଣ୍ଡ ପାହାଡରେ ଥିବା ଶାରଦା ମନ୍ଦିର ଆଖପାଖରେ ବୁଲାବୁଲା କରୁଛି । ବାଘର ଫଟୋ ମଧ୍ୟ ଉଠାଇଛନ୍ତି ଲୋକେ । ଏନେଇ ବନ ବିଭାଗକୁ ମଧ୍ୟ ଜଣାଇ ଦିଆଯାଇଛି ।ପୂର୍ବରୁ ଧରାଯାଇଥିବା ବାଘଙ୍କୁ ମଧ୍ୟ ମନ୍ଦିର ପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକମଙ୍କ ମଧ୍ୟରେ ଭିନ୍ନଭିନ୍ନ ମତ ।
ପୁଣି ବାଘ ଆତଙ୍କ । ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବୁଲୁଛି ବାଘ । ଗାଁ ନିକଟରେ ଗୋଟିଏ ବାଘ ବୁଲୁଥିବା ଲୋକେ ଦେଖିବା ସହ ବାଘର ଫଟୋ ଉଠାଇଛନ୍ତି । ଗାଁରେ ବାଘ ବୁଲୁଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଜଣାଇଛନ୍ତି । ବାଘଟି ଗାଁ ମୁଣ୍ଡରେ ଥିବା ପାହାଡର ଶାରଦା ମନ୍ଦିର ଆଖପାଖରେ ବୁଲୁଥିବା ଦେଖିବାକୁ ମିଳିଛି । ମନ୍ଦିର ମୁହଁରେ ବାଘ ବସିଥିବାର ଲୋକେ ଦେଖିବା ସହ ତାର ଫଟୋ ମଧ୍ୟ ଉଠାଇଛନ୍ତି । ଯାହାକୁ ନେଇ ଗାଁରେ ଆତଙ୍କ ଖେଳାଯାଇଥିବା ବେଳେ ସଂଧ୍ୟାରୁ ତାଟି କବାଟ ପଢିଯାଉଛି । ଏପିରିକି ଦିନରେ ମଧ୍ୟ ଗାଁ ଲୋକେ ବାହାରକୁ ବାହାରିବାକୁ ଡରୁଛନ୍ତି ।
ପୂର୍ବରୁ ଗାଁରେ ଦୁଇଟି ବାଘ ଆତଙ୍କ ଖେଳାଇଥିଲେ । ଗତବର୍ଷ ମେ ୨୬ରେ ୪ ବର୍ଷର ଶିଶୁ ଛଗନ ପାଣ୍ଡେକୁ ମା କୋଳରୁ ବାଘ ଟେକି ନେଇଥିଲା । ଯାହାକୁ ବନ ବିଭାଗ ଜନ୍ତା ବସାଇ ଧରିଥିଲା । ପରେ ପୁଣି ଏକ ବାଘ ଗାଁରେ ବୁଲିବା ସହ ତାର ପାଦ ଚିହ୍ନ ଦେଖିଥିଲେ ଲୋକେ । ଜନ୍ତା ବସାଇ ଦ୍ବିତୀୟ ବାଘକୁ ଧରାଯାଇଥିଲା । ଏହାପରି ବି ମଝିରେ ମଝିରେ ପାହାଡରୁ ବାଘ ରଡି ଶୁଣିବାକୁ ମିଳୁଥିଲା । ଯାହାକୁ କର୍ଣ୍ଣପାତ କରୁନଥିଲା ବନ ବିଭାଗ ।ପୂର୍ବରୁ ଧରାଯାଇଥିବା ଦୁଇଟି ବାଘ ସବୁ ବେଳେ ଗାଁ ପାହାଡ ଉପରେ ଥିବା ଶାରଦା ମନ୍ଦିର ନିକଟରେ ବୁଲୁଥିବାରୁ ଦେଖାବାକୁ ମିଳୁଥିଲା । ଆଉ ଏହି ବାଘଟି ମଧ୍ୟ ଲୋକେ ସେହି ଦେଖିଛନ୍ତି । ତେବେ କାହିଁକି ମନ୍ଦିର ନିକଟରେ ହିଁ ଦେଖାଯାଉଛନ୍ତି ବାଘ ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାନା ବିଶ୍ବାସ । ଲୋକଙ୍କ କହିବା କଥା ଶାରଦା ହେଉଛନ୍ତି ଗାଁର ପ୍ରତ୍ୟକ୍ଷ ଠାକୁରାଣୀ । ମା ଦୁର୍ଗାଙ୍କ ଅନ୍ୟନାମ ଶାରଦା । ମା ଦୁର୍ଗାଙ୍କ ବାହାନ ବାଘ ହୋଇଥିବାରୁ ଏଠାରେ ବାଘ ଦେଖାଯାଉଥିବା ଲୋକଙ୍କ ମନରେ ବିଶ୍ବାସ ବସା ବାନ୍ଧିଛି ।
ଗାଁରେ ପୁଣି ବାଘ ବୁଲୁଥିବା ନେଇ ବନ ବିଭାଗକୁ ଲୋକେ ଜଣାଇ ଦେଇଛନ୍ତି । ଖୁବ ଶିଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ କହିଛି । ପୂର୍ବରୁ ଧରାଯାଇଥିବା ଦୁଇ ବାଘକୁ ନଦନ୍ଦକାନନରେ ରଖାଯାଇଛି । ତେବେ ଏହି ବାଘଟି ଯେପରି କାହାର କିଛି କ୍ଷତି ନଘଟାଏ ସେଥିପ୍ରତି ବନବିଭାଗ ପଦକ୍ଷେପ ନେବା ସହ ଲୋକେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି