ଭାରତକୁ ବଡ଼ ଝଟ୍‌କା; ଇସ୍ତଫା ଦେଲେ ମେରୀ କମ୍

ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ଦେଶର କିମ୍ବଦନ୍ତୀ ବକ୍ସର ତଥା ଛଅ ଥରର ବିଶ୍ଵ ଚମ୍ପିଆନ୍‌ ମେରୀ କମ୍ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳ ମୁଖ୍ୟ(ଶେଫ୍ ଡି ମିଶନ୍‌) ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ମାର୍ଚ୍ଚ ୨୧ରେ ଶେଫ୍ ଡି ମିଶନ୍‌ ଭାବରେ ନିଯୁକ୍ତ କରିଥିଲା।

ମେରୀ କମ୍ ପଦରୁ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ଏବଂ କହିଛନ୍ତି ତାଙ୍କ ପାଖରେ ଏହା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ। ୪୧ ବର୍ଷୀୟା ମେରୀ କମ୍ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି.ଟି. ଉଷାଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

Mary Kom Steps Down As India’s Chef-De-Mission For Olympics