ଲାଞ୍ଜିଗଡ ଓ ନର୍ଲାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ବିରୋଧୀଙ୍କ ଉପରେ ପ୍ରହାର

କଳାହାଣ୍ଡିରେ ପାଣ୍ଡିଆନ ଙ୍କ ଜୋରଦାର ପ୍ରଚାର 

କଳାହାଣ୍ଡି(ବ୍ୟୁରୋ):ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି । ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ, ଲାଞ୍ଜିଗଡ଼ରେ ବିଧାନସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ଦିଶାରି ଓ ନର୍ଲାରେ ବିଧାନ ସଭା ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି।

ଉଭୟ ସଭାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦେଇଥିଲେ ।

ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଲେ ଆପଣଙ୍କ MP ୫ ବର୍ଷରେ କଣ କରିଛନ୍ତି ? NH ର ଉନ୍ନତି ନାହିଁ, କି ମୋବାଇଲ ନେଟୱର୍କ ନାହିଁ। ସେ କରୁଛନ୍ତି କଣ?

ମା ମାନଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ବିରୋଧୀଙ୍କ ମିଠା କଥାର ମାୟା ଜାଲରୁ ଦୂରରେ ରୁହନ୍ତୁ। ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଭୋଟ ନେଲା ପରେ ସେମାନେ ଆପଣଙ୍କୁ ଦେଖା ଦେବେ ନାହିଁ। ଖୋଜିଲେ ବି ମିଳିବେ ନାହିଁ।

ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶା ପରିବାରର ମୁଖିଆ। ପରିବାରର ମୁଖିଆ ଭାବରେ ସେ ଆପଣ ମାନଙ୍କର ସମସ୍ତଙ୍କର ଦାୟିତ୍ଵ ନେଇଛନ୍ତି।

ନବୀନ ସରକାର ଲୋକଙ୍କ ସରକାର। ଲୋକଙ୍କ ଦାବି ପୂରଣ ହେଲେ ସେ ସବୁଠୁ ବେଶୀ ଖୁସି ହୁଅନ୍ତି ବୋଲି ପାଣ୍ଡିଆନ କହିଥିଲେ।ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ବିକାଶ ପାଇଁ କାମ କରନ୍ତି। 

ବିକାଶ କାମ ଉପରେ ଆଲୋକପାତ କରି ସେ କହିଲେ ଯେ ମିଶନ ଶକ୍ତି ମା ମାନଙ୍କୁ ସମ୍ମାନ ଦେଇଛି। ସେମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିଛି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିନ୍ତା ଦୂର କରିଛି। ସେମାନଙ୍କୁ ସାହସ ଦେଇଛି।

ସେହିପରି 5T ସ୍କୁଲ ରୂପାନ୍ତର ପିଲାଙ୍କ ସ୍ୱପ୍ନରେ ଡେଣା ଯୋଡ଼ିଚି। ଉଚ୍ଚ ହେବାର ସ୍ଵପ୍ନ ଦୃଢ଼ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଅଛି। ଆପଣଙ୍କ ଖୁସିରେ ସେ ଖୁସି। ୫୦ ହଜାର ପୋଲିସ କେସ୍‌ ରଦ୍‌ କରିବାକୁ ସେ ନିର୍ଦ୍ଦେଶ ଦେଇ ଆପଣଙ୍କ ଅସୁବିଧା ଦୂର କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି, ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ହିସାବ ଦେବାକୁ ବାଧ୍ୟ । ଆପଣଙ୍କ ଦରଖାସ୍ତ ଉପରେ ୭ ଦିନ, ୧୦ ଦିନ, ୧୫ ଦିନ ଭିତରେ ନିଷ୍ପତ୍ତି ହୋଇଛି। ଜନତାଙ୍କ ପାଇଁ କଣ କରିଛୁ, ତାକୁ ଜଣାଇବା ଦରକାର। ଆଉ ଆମେ ନିଶ୍ଚୟ ଜଣାଇବୁ।

ମୁଁ ଆପଣଙ୍କୁ ସବୁ କାମର ହିସାବ ଦେବି। ଲାଞ୍ଜିଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୧୦ କୋଟି ଟଙ୍କାର କାମ ଚାଲିଛ।

ରାମପୁର ମା ମାଣିକେଶ୍ଵରୀ ମନ୍ଦିର ପାଇଁ ୧ କୋଟି ୭୦ ଲକ୍ଷ, ଥିଆମୂଳ ରାମପୁର ଜଗନ୍ନାଥ ମନ୍ଦିର ପାଇଁ ୨୦ ଲକ୍ଷ, ଭାଲୁଯୋର୍ ନଈ ଉପରେ ସେତୁ ପାଇଁ ୧୫ କୋଟି, ହାତୀ ନଦୀ ଉପରେ ସେତୁ ପାଇଁ ୧୧ କୋଟି, ଜୟ ପାଟଣା ର ୨୦ ଟି ପଞ୍ଚାୟତରେ ମେଗା ପାଇପ ପାଣି ପାଇଁ ୧୬୯ କୋଟି, ରମପୁରର ୧୪ ଟି ପଞ୍ଚାୟତରେ ମେଗା ପାଇପ ପାଣି ପାଇଁ ୬୬ କୋଟି ଟଙ୍କା ର କାମ ଚାଲିଛି ବୋଲି ସେ କହିଥିଲେ।

ଲାଞ୍ଜିଗଡ ରେ ୮୬,୦୦୦ ହିତାଧିକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଉଛନ୍ତି। ଲାଞ୍ଜି ପଞ୍ଚାୟତର ଗଜିନ ସୁନା ଚିକିତ୍ସା ପାଇଁ ୭.୭୦ ଲକ୍ଷ ସାହାଯ୍ୟ ପାଇଛନ୍ତି। T ରାମପୁର ପଞ୍ଚାୟତର ଇତିଶ୍ରୀ ଦଳପତିଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୬.୭୦ ଲକ୍ଷ ଟଙ୍କ ସାହାଯ୍ୟ ଦେଇଛନ୍ତି।

ଲାଞ୍ଜିଗଡ ପାଇଁ ୫୪ ଟି ଆମ ବ୍ୟାଙ୍କ୍ ମଞ୍ଜୁର ହୋଇଛି ବୋଲି ସେ କହିଥିଲେ।

ସେହିପରି ନର୍ଲାରେ କାମର ହିସାବ ଦେଇ ସେ କହିଲେ ଯେ ବର୍ଷେ ତଳେ ସାବିତ୍ରୀ ବ୍ରତ ସମୟରେ ମୁ ଆସିଥିଲି। ତଥାପି ବହୁ ସଂଖ୍ୟାରେ ମା ମାନେ ଆସିଥିଲେ। ସେଥିପାଇଁ କୋଟି କୋଟି ପ୍ରଣାମ।

ନର୍ଲାରେ ୫୮୦ କୋଟି ଟଙ୍କାର ବିକାଶ କାମ ଚାଲିଛି ବୋଲି ସେ କହିଥିଲେ।

ବେଲଖଣ୍ଡି ମନ୍ଦିର ପାଇଁ ୨.୫୦ କୋଟି, ତେଲ ନଦୀ ଉପରେ ସେତୁ ପାଇଁ ୨୫ କୋଟି, ତେଲ ନଦୀ ଦକ୍ଷିଣ ବନ୍ଧ ପଟେ ବନ୍ୟା ନିୟନ୍ତ୍ରଣ ପାଇଁ ୧୦ କୋଟି ମଞ୍ଜୁର ହୋଇଛି।

ସେହିପରି ନୂଆ ଓ ରେ ୨୩୦୦ ଛାତ୍ର ଛାତ୍ରୀ ୨.୨୮ କୋଟି ଟଙ୍କାର ବୃତ୍ତି ପାଇଛନ୍ତି ।

ନାର୍ଲାରେ ୨୩୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୬୨ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆ ଯାଇଛି। ୬୪ ଲକ୍ଷ ୮୦ ହଜାର ଟଙ୍କା ସୁଧ ଫେରସ୍ତ କରାଯାଇଛି ବୋଲି ସେ କହିଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନର୍ଲାର ୮୨,୨୦୦ ହିତାଧିକାରୀ ଅଛନ୍ତି। ବୋରିଆ ପଞ୍ଚାୟତର ବାସନ୍ତୀ ଗଉଡ ଚିକିତ୍ସା ପାଇଁ ୬.୨୦ ଲକ୍ଷ ଟଙ୍କା ପାଇଛନ୍ତି। ଗଜବହାଲ ପଞ୍ଚାୟତର ସିମାଞ୍ଚଲ୍ ବଗର୍ତ୍ତି ୯.୩୬ ଲକ୍ଷ ଟଙ୍କା ସହାୟତା ପାଇଛନ୍ତି।

Pandian's vigorous campaign in Kalahandi