ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ଭୁବନେଶ୍ୱରର ନଳମୁହାଁ ବସ୍ତିରେ ବନ୍ୟା ପିଡ଼ିତଙ୍କୁ ରିଲିଫ ବଂଟନ

ଭୁବନେଶ୍ୱର : ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ଆଜି ଭୁବନେଶ୍ବର ଓଲଡ ଟାଉନ ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଇଛି । ଚୁଡା,ଗୁଡା,ଅମୁଲ.ଚିନି ଭଳି ଖାଦ୍ୟ ସାମଗ୍ରୀ ଓ ଅସ୍ଥାୟୀ ଘର ଲାଗି ତାରପୋଲିନ ଓ ପିଲାମାନଙ୍କ ପାଠ ପଢା ଲାଗି ଖାତା,କଲମ ,ପେନସିଲ ରବର ଆଦି ସାମଗ୍ରୀ ଦିଆଯାଇଛି । ଆଇଓସିଏଲର ଦୁଇ ଅଧିକାରୀ ଆଜି ରିଲିଫ ବଣ୍ଟନ କରିଥିଲେ । ଆଇଓସିଏଲର  ଜେନରାଲ ମ୍ୟାନେଜର (ସିଏସଆର ) ଦେବୀ ପ୍ରସାଦ ଶତପଥୀ ଓ ଡେପୁଟି ଜେନରାଲ ମ୍ୟାନେଜର (ଏଚ ଆର) ବିକାଶ ରଞ୍ଜନ ମହାନ୍ତି କ୍ଷତିଗସ୍ତ ଲୋକଙ୍କୁ ରିଲିଫ ବଣ୍ଟନ କରିଥିଲେ । ଆଜି ତୈଳ କମ୍ପାନୀ ଯଥା ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଭୁବନେଶ୍ୱରର ନଳମୁହାଁ ବସ୍ତିର ବନ୍ୟା ପିଡ଼ିତ ଥିବା ଲୋକ ମାନଙ୍କୁ ରିଲିଫ ସାମଗ୍ରୀ ବଂଟନ କରାଯାଇଛି

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବଣାଳୟର ନିର୍ଦ୍ଦେଶରେ ରାଜ୍ୟରେ ବନ୍ୟା ପ୍ରଭାବିତ ଅଂଚଳରେ ତୈଳ କମ୍ପାନୀ ମାନଙ୍କ ଦ୍ୱାରା କିରୋସିନ, ଏଲପିଜି ଓ ପେଟ୍ରୋଲ, ଡିଜେଲ ଭଳି ଅତ୍ୟାବଶ୍ୟକୀୟ ଇନ୍ଧନ ଯୋଗାଣ କରାଯାଇଛି । ଏହା ସହିତ ଗତ ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲା୍ଲରେ ଯଥା କଟକ, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ବୌଦ୍ଧ ସମେତ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଖାଦ୍ୟ ସାମଗ୍ରୀ, ଟାରପୋଲିନ୍ ଓ ଛୋଟ ପିଲାଙ୍କ ପାଇଁ ଖାତା, କଲମ ଇତ୍ୟାଦି ଯୋଗାଇ ଦିଆଯାଇଛି ।