ନୂଆଦିଲ୍ଲୀ : ସରକାରୀ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି)କୁ ୧୦ଟି ସହରରେ ଗ୍ୟାସ୍ର ରିଟେଲ୍ କାରବାର କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ୍)କୁ ୯ଟି ସହରରେ କାରବାର କରିବା ପାଇଁ ଲାଇସେନ୍ସ ମିଳିଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ (ପିଏନ୍ଜିଆର୍ବି) ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି । ପିଏନ୍ଜିଆର୍ବି ତରଫରୁ ଜାରି ବିବୃତିରେ କୁହାଯାଇଛି ଯେ ଆଇଓସି ୯ଟି ସହରରେ ଏକାକୀ ଏବଂ ଅନ୍ୟ ଏକ ସହରରେ ଆଦାନୀ ଗ୍ୟାସ୍ ସହିତ ମିଳିତ ହୋଇ ଗ୍ୟାସ୍ ବିତରଣ ଲାଇସେନ୍ସ ପ୍ରାପ୍ତ କରିଥିବାବେଳେ ଏଥିରେ ଅଧିକାଂଶ ସହର ବିହାର ଓ ଝାରଖଣ୍ଡରେ ରହିଛି । ଅପରପକ୍ଷେ ସରକାରୀ କମ୍ପାନୀ ଅଏଲ୍ ଆଣ୍ଡ ନାଚୁରାଲ୍ ଗ୍ୟାସ୍ କର୍ପୋରେସନ୍ (ଓଏନ୍ଜିସି)ର ଅନୁଷଙ୍ଗୀ କମ୍ପାନୀ ଏଚ୍ପିସିଏଲ୍କୁ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଯାନବାହନ ପାଇଁ ସିଏନ୍ଜି ଏବଂ ଘରେ ପାଇପ୍ ଜରିଆରେ ପ୍ରାକୃତିକ ଗ୍ୟାସ୍ର ଖୁଚୁରା ବିକ୍ରି ଲାଇସେନ୍ସର ବିଜେତା ରୂପେ ଘୋଷଣା କରାଯାଇଛି ।