ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ସ୍କୁଲ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମଗମ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଏହି ଆଇଏଏସ ଅଧିକାରୀମାନେ ଏବେ କମିଶନର କମ୍ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି ୧୯୯୫ ବ୍ୟାଚର ଆଇପିଏସ୍ ଆରକେ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ରୀତୁ ଅରୋରାଙ୍କୁ ଏଡିଜି ପାହ୍ୟାର ପ୍ରୋଫର୍ମା ପଦୋନ୍ନତି ମିଳିଛି। ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ୍ ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପାହ୍ୟାର ପ୍ରୋଫର୍ମା ପଦୋନ୍ନତି, ୨୦୦୬ ବ୍ୟାଚ୍ ଆଇପିଏସ୍ ଅନିରୁଦ୍ଧ କୁମାର ସିଂ ଓ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହି ବ୍ୟାଚର ଆଇପିଏସ୍ ଅମିତା ଦାଶ, ଅନୁପ କ୍ରିଷ୍ଣା ଓ ସୁଧା ସିଂଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି ୨୦୦୭ ବ୍ୟାଚର ଆଇପିଏସ୍ ଏସପି ସାର୍ଥକ ଷଡ଼ଙ୍ଗୀ, ଅବିନାଶ କୁମାର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ସିଲେକ୍ସନ୍ ଗ୍ରେଡକୁ ପଦୋନ୍ନତି ମିଳିଛି।
ସେହିପରି ସୁପରଟାଇମ୍ ସ୍କେଲକୁ ପଦୋନ୍ନତି ପାଇଥିବା ୫ ଆଇଏଏସ୍ ହେଲେ ୨୦୦୦ ବ୍ୟାଚର ଟି. ଆପାଙ୍ଗ ଆଓ ଓ ୨୦୦୪ ବ୍ୟାଚର ରୂପା ମିଶ୍ର, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ଶିଅଳ। ୨୦୦୭ ବ୍ୟାଚର ୧୨ଜଣ ଆଇଏଏସଙ୍କୁ ସିଲେକ୍ସନ ଗ୍ରେଡ୍ ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ସେହି ବ୍ୟାଚର ଆଇଏଏସ ରବିନ୍ଦ୍ର ପ୍ରତାପ ସିଂଙ୍କୁ ସିଲେକ୍ସନ ଗ୍ରେଡକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି। ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ପାଇଥିବା ୨୦୦୭ ବ୍ୟାଚର ଆଇଏଏସମାନେ ହେଲେ ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂହ, ସଚ୍ଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟ, ରସିଦ୍ ଖାନ, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଦାସ, ସଂଗ୍ରାମଜିତ୍ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ୱନାଥ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ନାୟକ। ସେହିପରି ୨୦୧୧ ବ୍ୟାଚର ୫ଜଣ ଆଇଏଏସ ଅରିନ୍ଦମ ଡାକୁଆ, ସମର୍ଥ ବର୍ମା, ଜି ରଘୁ, ଆଶୀଷ ଠାକରେ ଓ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡକୁ ପଦୋନ୍ନତି ଦିଆଯାଇଛି।