ଭୁବନେଶ୍ୱର : ହୁୱାଇ ଇଣ୍ଡିଆ କଞ୍ଜ୍ୟୁମର ବିଜ୍ନେସ୍ ଗ୍ରୁପ୍ର ଉପସଭାପତି (ସେଲ୍ସ) ପି ସଞ୍ଜୀବ୍ ଏବଂ ଫ୍ଲିପ୍କାର୍ଟର ମୋବାଇଲ୍ସ ଏବଂ ଲାର୍ଜ ଆପେଲାନ୍ସର ଉପସଭାପତି ଅଜୟ ଭିର୍ ଯାଦବଙ୍କ ଦ୍ୱାରା ଅନର ୭ ଏସ୍ର ଶୁଭାରମ୍ଭ କରାଯାଇଛି । ଏଥିରେ ୫.୪ ଇଞ୍ଚ୍ ଏଚ୍ଡି ସହ ସମ୍ପୂର୍ଣ୍ଣ ଭିୟୁ ଡିସ୍ପ୍ଲେ ଏବଂ ଗୋଟିଏ ସୁପରଫାଷ୍ଟ ଅନଲକ୍ ସିଷ୍ଟମ୍ ରହିଛି । ଆସନ୍ତା ୧୪ ତାରିଖ ଅପରାହ୍ଣ ୨ ଟାରୁ ଏହା ସ୍ୱତନ୍ତ୍ର ରୂପେ ଫ୍ଲିପକାର୍ଟରେ ତିନିଟି ରଙ୍ଗ (ଗୋଲ୍ଡ, ବ୍ଲୁ ଏବଂ ବ୍ଲାକ୍)ରେ ଉପଲବ୍ଧ ହେବ । ଏହାକୁ ମାତ୍ର ୬୯୯୯ ଟଙ୍କାରେ ଶୁଭାରମ୍ଭ କରାଯାଇଛି । ଏହି ଅବସରର ପି ସଞ୍ଜୀବ୍ କହିଛନ୍ତି, “ଅନର ସର୍ବଦା ଏହାର ଉତ୍ପାଦରେ ନୂତନ ଆବିଷ୍କାର ଆଣିବାରେ ଏବଂ ଏହାର ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଅନରରେ ଗ୍ରାହକଙ୍କୁ ଏକ ବ୍ୟୟସାପେକ୍ଷ ମୂଲ୍ୟରେ ଅହରହ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବା ପାଇଁ କମ୍ପାନୀ ଦୃଷ୍ଟି ଦେଉଛି ।” ସେହିପରି ଫ୍ଲିପକାର୍ଟର ଅଜୟ ଭିର୍ ଯାଦବ କହିଛନ୍ତି, “ଫ୍ଲିପକାର୍ଟରେ ସ୍ୱତନ୍ତ୍ର ରୂପେ ଅନର ୭ ଏସ୍କୁ ଦେଶରେ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଉତ୍ସାହିତ । ଏହି ସହଭାଗିତା ସହ କମ୍ପାନୀ ଖୁବ୍ କମ୍ ମୂଲ୍ୟରେ ଗ୍ରାହକମାନଙ୍କୁ ଉପଯୁକ୍ତ ମୂଲ୍ୟ ଏବଂ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରି ଏକ ସୁଦୃଢ଼ ଶୃଙ୍ଖଳା ବଜାୟ ରଖିବ ।” ଏଥିରେ ୧୩.୮୪ ସିଏମ୍ ଏଚ୍ଡି ଏବଂ ୧୮.୯ ସମ୍ପୂର୍ଣ୍ଣ ଭିୟୁ ଡିସ୍ପ୍ଲେ, ୧୩ ଏମ୍ପି ରିୟର ଏବଂ ୫ ଏମ୍ପି ଫ୍ରଣ୍ଟ୍ର କ୍ୟାମେରା ରହିଛି । ଅନ୍ୟାନ୍ୟ ଫିଚର୍ ମଧ୍ୟରେ ଉଚ୍ଚଦକ୍ଷତାଯୁକ୍ତ ୩୦୨୦ ଏମ୍ଏଏଚ୍ ବ୍ୟାଟେରୀ, ଆଣ୍ଡ୍ରଏଡ୍ ଓରିଓ ୮.୦ ଆଦି ରହିଛି ।