ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହୃଦରୋଗ ଆଶଙ୍କା ଅଧିକ କାହିଁକି ?

ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ମହିଳାଙ୍କ ମାନସିକ ଅବସାଦ ଯୋଗୁ ହୃଦ୍ରୋଗ ଆଶଙ୍କା ପୁରୁଷଙ୍କ ତୁଳନାରେ ଢେର୍ ଗୁଣା ଅଧିକ ଥାଏ । ଜର୍ଜିଆ ସ୍ଥିତ ଏମୋରୀ ୟୁନିଭର୍ସିଟିରେ ହାର୍ଟଆଟାକ୍ ସମସ୍ୟା ଦେଇ ଗତିକରିଥିବା କିଛି ମହିଳା ରୋଗୀଙ୍କୁ ନେଇ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଲା, ମାନସିକ ଅବସାଦ ଯୋଗୁ ମାୟୋକାର୍ଡିଆଲ୍ ଇସ୍କିମିଆ ସମସ୍ୟା ବଢ଼ିଯାଏ । ଏହି କାରଣରୁ ହୃତ୍ପିଣ୍ଡର ମାଂସପେଶୀରେ ରକ୍ତ ପ୍ରବାହ ଅସନ୍ତୁଳିତ ହୋଇଯାଏ । ଏ ସମୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ରୋଗରୁ ବାହାରକୁ ଆସିବାକୁ ଅଧିକ ଯତ୍ନର ଆବଶ୍ୟକତା ପଡ଼େ । କାରଣ ମାନସିକ ଅବସାଦ ବି ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ । ସେମାନେ କୌଣସି କଥାକୁ ଗଣ୍ଠି କରି ଧରି ରଖୁଥିବା ବେଳେ ପୁରୁଷମାନେ କିଛି ସମୟ ପରେ ସାଧାରଣ ହେବାରେ ସମର୍ଥ ଥାଆନ୍ତି ।