ନୂଆଦିଲ୍ଲୀ: ମୋଦୀ ସରକାର ଶପଥ ନେବାର ଦ୍ଵିତୀୟ ଦିନରେ ଅର୍ଥ ବ୍ୟବସ୍ଥା ମୋର୍ଚ୍ଚାରେ ଆସିଛି ଖରାପ ଖବର। ଆର୍ଥିକ ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୟୋମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇ ୬ ପ୍ରତିଶତରୁ ତଳକୁ ଖସି ଆସିଛି। ଏବେ ଜାରି ହୋଇଥିବା ତଥ୍ୟ ମୁତାବକ, ଜାନୁଆରୀ-ମାର୍ଚ୍ଚ ତ୍ରୟୋମାସରେ ଦେଶର ସଫଳ ଘରୋଇ ଉତ୍ପାଦ(ଜିଡିପି) ମାତ୍ର ୫.୮ ପ୍ରତିଶତ ଦରରେ ବଢିଛି। ଗତ ୯ ମାସରେ ଦେଶର କୃଷି, ଉଦ୍ୟୋଗ ଓ ମ୍ୟାନୁଫେକଚରିଂ ପରି ମହତ୍ଵପୂର୍ଣ୍ଣ ସେକ୍ଟରରେ ମାନ୍ଦାବସ୍ଥା କାରଣରୁ ଜିଡିପି ଦରରେ ହ୍ରାସ ପରିଲଖିତ ହୋଇଛି।
ଏହା ସହିତ ଆର୍ଥିକ ବର୍ଷ ୨୦୧୮-୧୯ରେ ବିକାଶ ହାର ହ୍ରାସ ପାଇ ୬.୮ ପ୍ରତିଶତରେ ପହଞ୍ଚିଛି, ଯାହା ପାଞ୍ଚ ବର୍ଷରେ ସର୍ବନିମ୍ନସ୍ତରରେ ରହିଛି। ମାତ୍ର ମାର୍ଚ୍ଚ ତ୍ରୟୋମାସରେ ଜିଡିପି ହାର ୬.୫ ପ୍ରତିଶତ ରହିଛି ଏବଂ ଆର୍ଥିକ ବର୍ଷ ୨୦୧୯ରେ ବିକାଶ ହାର ୭.୧ ପ୍ରତିଶତ ରହିବାର ଅନୁମାନ କରାଯାଇଛି। ଏଥିସହ ୨୦୧୮-୧୯ରେ ଦେଶର ରାଜକୋଷ ଘାଟା ଜିଡିପିର ୩.୪ ପ୍ରତିଶତ ରହିଛି।