ଇଜ ଅଫ ଡୁଇଙ୍ଗ ବିଜିନେସରେ ତଳକୁ ଖସୁଛି ଓଡିଶା ,ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର  : ଦେଶରେ ବ୍ୟବସାୟ ଅନୁକୂଳ ପରିବେଶ ଲାଗି ହେଉଥିବା ତାଲିକାରେ ପୁଣି ଥରେ ତଳକୁ ଖସିଲା ଓଡିଶା । ୨୦୧୫ରେ ସପ୍ତମ ସ୍ଥାନରେ ଥିବା ଓଡିଶା ୧୪ ତମ ସ୍ଥାନକୁ ଖସିଛି । ତାଲିକାରେ ରାଜ୍ୟ ତଳକୁ ଖସିବା ରାଜ୍ୟରେ ଶିଳ୍ପ ପ୍ରଗତିକୁ ନେଇ ଉଠିଛି ପ୍ରଶ୍ନ । ଆଉ ସରକାରଙ୍କ କହିବା କଥା ଓଡିଶା ପରଫରମାନ୍ସରେ ଅନ୍ୟ ରାଜ୍ୟ ମାନଙ୍କ ଠୁ ଆଗୁଆ । ହେଲେ ଫିଡବ୍ୟାକ ବ୍ୟବସ୍ଥା ଯୋଗୁ ଓଡିଶା ପଛରେ ପଡିଛି । ଏହାର ସମୀକ୍ଷା ହେବ । ସେପଟେ ବିରୋଧୀଙ୍କୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି ଶିଳ୍ପ ବାତାବରଣ ଯୋଗାଇଦେବାରେ ସରକାର ବିଫଳ । ଏହାର ଜବାବ ରଖିଛି ବିଜେଡି ।

ଇଜ ଅଫ ଡୁଇଙ୍ଗ ବିଜିନେସରେ ତଳକୁ ଖସୁଛି ଓଡିଶା । ୨୦୧୫ରେ ସପ୍ତମ ସ୍ଥାନରେ ଥିବା ଓଡିଶା ଏବେ ୧୪ ତମ ସ୍ଥାନରେ ପହଁଚିଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଆସିଛି ଏହି ତଥ୍ୟ । ଓଡିଶା ସରକାର ରାଜ୍ୟରେ ଶିଳ୍ପ ବିକାଶ କଥା କହୁଥିବାବେଳେ ଏପରି ରିପୋର୍ଟ  ରାଜ୍ୟରେ ଶିଳ୍ପ ବାତାବରଣ ସୃଷ୍ଟିକୁ ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ହେଲେ ସରକାରଙ୍କ ଯୁକ୍ତି ରାଜ୍ୟର ଫରଫରମାନ୍ସ ରିପୋର୍ଟ ଭଲ ରହିଛି ତାଲିକାରେ ରହିବା ଲାଗି ନୂଆ କରି ଫିଡବ୍ୟାକ ବ୍ୟବସଅତା ଥିବାରୁ ଓଡିଶା ସପକ୍ଷରେ ଶିଳ୍ପ ପତିଙ୍କ ଫିଡବ୍ୟାକକୁ ନେଇ ଏହି ରିପୋର୍ଟ ହୋଇଛି । ତେବେ ଏହାର ତର୍ଜମା କରି ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ।

ବ୍ୟବସାୟ ଅନୁକୂଳ ବାତାବରଣ ରେ ତାଲିକାର ଶିର୍ଷରେ ରହିଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନା । ତେବେ ଓଡିଶା ଶିଳ୍ପ ସଂସ୍କାର ଆଣିବାରେ ୯୭.୮୩ ପ୍ରତିଶତ ସ୍କୋର କରି ପ୍ରଦର୍ଶକ ତାଲିକା ରାଜ୍ୟ ମାନଙ୍କ ଭିତରେ ରହିଛି । ହେଲେ ଏହାକୁ କିନ୍ତୁ ବିରୋଧୀ ଗ୍ରହଣ କରିବାକୁ ନାରାଜ । ବିରୋଧୀଙ୍କ ଯୁକ୍ତି ସରକାର ରାଜ୍ୟରେ ଶିଳ୍ପ ବାତାରଣ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଶିଳ୍ପ ଲାଗି ଜମି,କଞ୍ଚାମଲ ଯୋଗାଇ ପାରୁନାହାନ୍ତି । ପଶ୍ଚିମବଙ୍ଗକୁ ଯେମିତି କୌଣସି ଶିଳ୍ପପତି ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଓଡିଶାର ସ୍ଥିତି ସେଭଳି ହେଲାଣି  ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଏହା ସହ ତାଲିକାରେ ଓଡିଶା ତଳକୁ ଖସିବା ଲାଗି ସେ ରାଜ୍ୟ ସରକାରଙ୍କୁ ଦାୟୀ  କରିଛନ୍ତି ।  ସେପଟେ କଂଗ୍ରେସ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି ପସ୍କୋ ଯିବା ପରେ ରାଜ୍ୟରେ ପ୍ରତିକୂଳ ପ୍ରଭାବ ପଡିଛି। ବିଦେଶୀ ଓ ଜାତୀୟ କମ୍ପାନୀକୁ ଆକର୍ଷିତ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସେହିଭଳି ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ଯୋଗୁଁ ପୁଞ୍ଜିପତି ଓଡିଶାମୁହାଁ ହେବାକୁ ଆଗ୍ରହ ଦେଖାଉନାହାନ୍ତି । ଓଡିଶା ର୍ୟାଙ୍କ ତଳକୁ ଖସୁଛି । ବିରୋଧୀ ଙ୍କ ଯୁକ୍ତିର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର ଫିଡ ବ୍ୟାକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଫିଡବ୍ୟାକ କେଉଁ କମ୍ପାନୀ ମାନଙ୍କ ନିଆଯାଇଛି । ତାହାର ସାଇଜ କେତ ତାହା ତର୍ଜମା ହେବା ଦରକାର । ହେଲେ  ସହ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଶିଳ୍ପ ସଂସ୍କାରରେ ୪୫ ପ୍ରତିଶତ ଅଭିବୃଦ୍ଧି  ହୋଇଛି । ବିରୋଧୀ ଏସବୁ ନଦେଖି କେବଳ ବିରୋଧ କରୁଛନ୍ତି ।

ତାଲିକାରେ ଓଡିଶା ୧୪ ତମ ସ୍ଥାନରେ ଥିବା ନେଇ ବିରୋଧୀ ଘେରୁଛନ୍ତି । ହେଲେ ସଂସ୍କାର କଥା କହି ଖସିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ହେଲେ ଓଡିଶା ସରକାର ଶିଳ୍ପ ଚିକସ ଦେବାରେ ଦେଶରେ ସବୁଠୁ ଆଗୁଆ ଅଛନ୍ତି ।