ପୁରୀ : ଓଡିଶା ହେବ ଷ୍ଟିଲ ହବ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଷ୍ଟିଲ୍ ଉତ୍ପାଦନର ପ୍ରମୁଖ କେନ୍ଦ୍ର ପାଲଟିବ । ଭାରତବର୍ଷରେ ଷ୍ଟିଲ୍ କ୍ଷେତ୍ରରେ ୬ ରୁ ୮ ପ୍ରତିଶତ ଗ୍ରୋଥ୍ ରେଟ ଥିବାବେଳେ ଏଥିରେ ଓଡିଶାର ଅବଦାନ ଯଥେଷ୍ଟ ରହିଛି । ଆଗକୁ ଏହି ଧାରା ଆହୁରୀ ବଢିବ । କେବଳ ଷ୍ଟିଲ ହବ ନୁହେଁ ଇସ୍ପାତ ଶିଳ୍ପ ସହ ଜଡିତ ଆନୁଷଙ୍ଗୀକ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ବିକାଶ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରରେ ମୋଦିଙ୍କ ଦ୍ବିତୀୟ ପାଳିର ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟୀତ୍ବ ନେଇ ଓଡିଶା ଫେରି ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଏପରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ବତନ୍ତ୍ର ସର୍କିଟ ହାଉସରେ ବାତ୍ୟା ଫୋନିର କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ ।