୨୦୨୫ ସୁଦ୍ଧା ଓଡିଶାରେ ୨ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ଯ – ନବୀନ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଓଡିଶାରେ ୨ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ଯ ରଖାଯାଇଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୬ଟି ପ୍ରମୂଖ କ୍ଷେତ୍ରରେ ୩୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ଯ ରଖାଯାଇଛି । ଏନେଇ ଓଡିଶା ଇଣ୍ଡଷ୍ଟ୍ରିଆଲ ଡିଭଲପମେଣ୍ଟ ପ୍ଲାନ୍- ଭିଜନ୍ ୨୦୨୫ ପ୍ରସ୍ତୁତ କରାଯାଇଛି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀଙ୍କ ପାଇଁ ସବୁ ପ୍ରକାର ପରିବେଶ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ୨୦୨୦ସୁଦ୍ଧା ରାଜ୍ୟରେ ୧ହଜାର ଷ୍ଟାର୍ଟ ଅପ୍ କରିବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଅନୁକୂଳ ଷ୍ଟାର୍ଟଅପ୍ ପଲିସି ଯୋଗୁ ଗତ ୧୮ମାସରେ ରାଜ୍ୟରେ ୩୧୦ଟି ଷ୍ଟାର୍ଟ ଅପ୍ ପଞ୍ଜୀକୃତ ହୋଇଛି । ଏଭିତରୁ ୪୦ଟିକୁ ସହାୟତା ଯୋଗାଇଦିଆଯାଇଛି । ୨୦୨୦ସୁଦ୍ଧା ଦେଶର ପ୍ରଥମ ୩ଟି ଷ୍ଟାର୍ଟଅପ୍ ଭିତରେ ଓଡିଶା ସ୍ଥାନ ପାଇବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ୍ଇନ୍ଓଡ଼ିଶା କନେ୍କ୍ଲଭ୍ ଦ୍ଵିତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଆୟୋଜିତ ବିଜନେସ୍ ଲିଡର୍ ମିଟରେ ୨୫ ଜଣ ବିଶିଷ୍ଟ ଶିଳ୍ପପତି ଯୋଗ ଦେଇ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସେମାନଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଭରପୂର ଖଣିଜ ସମ୍ପଦ ରହିଛି। ତେଣୁ ଶିଳ୍ପପତି ମାନେ ଖଣିଜ ସମ୍ପଦର ବିନିଯୋଗ ଦ୍ୱାରା ଶିଳ୍ପପ୍ରତିଷ୍ଠା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତ। ସେହିପରି କ୍ରୀଡ଼ା ଶିକ୍ଷା କ୍ଷେତ୍ରରେ ସହଯୋଗୀ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ରାଜ୍ୟ ସରକାର ଯୋର ଦେଉଛନ୍ତି ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି

ସେହିପରି ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଆବଶ୍ୟକ କୁଶଳୀ କର୍ମଚାରୀ ଯୋଗାଇ ଦେବା ପାଇଁ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଗୁରତ୍ୱ ଦେଉଛନ୍ତି ଫଳରେ କୁଶଳୀ କର୍ମଚାରୀଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତକରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି ସେହିପରି ପର୍ଯ୍ୟଟନ ଶିଳ୍ପ ପ୍ରତି ପର୍ଯ୍ୟାପ୍ତ ସୁଯୋଗ ଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହିତ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି