କାଳିଜାଈ ଦର୍ଶନ କରି ଫେରୁଥିବା ବେଳେ ଚିଲିକାରେ ଡଙ୍ଗା ବୁଡ଼ି : ୨ ମୃତ୍ୟୁ, ୧୩ ଉଦ୍ଧାର

ଖୋର୍ଦ୍ଧା :   ମାଆ କାଳିଜାଈରୁ ଦର୍ଶନ କରି ଫେରୁଥିଲେ ‘ଚିଲିକା ହ୍ରଦ’ରେ ଶନିବାର ସନ୍ଧାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ି ଯିବାରୁ ଜଣେ ନାବାଳିକା ସହ ୨ ମୃତ୍ୟୁ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତିନିସରା ଗାଁର ନାବାଳିକା ହେଉଛନ୍ତି ମୃତ ନାବାଳିକା ଶ୍ରଦ୍ଧାଞ୍ଜଳି ଦାସ। ସେ ରବିନାରାୟଣ ଦାସଙ୍କ ଝିଅ।ଓଡ୍ରାଫ ଟିମ୍‌ ଓ ବାଲୁଗାଁ ଦମକଳ ବାହିନୀ  ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଆଜି ସନ୍ଧ୍ୟା ବେଳେ ଘଟିଛି ଏହି ଅଘଟଣ। ହଠାତ ମାଡ଼ିଆସିଲା ବର୍ଷା ଓ ପବନ। ଚିଲିକା ମଝିରେ ଟଳମଳ ହୋଇ ବୁଡ଼ିଗଲା ଡଙ୍ଗା।  ନୟାଗଡ଼ ରଣପୁର ଅଞ୍ଚଳର ୧୫ ଜଣ ପର୍ଯ୍ୟଟକ କାଳିଜାଈଙ୍କୁ ଦର୍ଶନ କରି ଫେରୁଥିବା ବେଳେ ମଝି ଚିଲିକାରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିଥିଲା। ଅତର୍କିତ ବର୍ଷା ହେବାରୁ ମଙ୍ଗ ସମ୍ଭାଳି ପାରିଲେନି ନାଉରିଆ। ଅଥଳ ପାଣିରେ ନାଆ ଟଳମଳ ହୋଇ ବୁଡ଼ିଗଲା।