୮ମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ବିଜେଡି ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଖୋର୍ଦ୍ଧାରୁ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବେଗୁନିଆରୁ ପ୍ରଦୀପ ସାହୁ ଓ ଭୋଗରାଇରୁ ଗୌତମ ବୁଦ୍ଧ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବର୍ତ୍ତମାନ ସୁଦ୍ଧା ବିଜେଡି ୧୪୪ଟି ଆସନ ଘୋଷଣା କରିଥିବା ବେଳେ ଆଉ ୩ ଟି ବାକି ରହିଛି। ବହୁ ଚର୍ଚ୍ଚିତ ଖଣ୍ଡପଡା, କୋରାଇ ଓ ନୀଳଗିରି ପ୍ରାର୍ଥୀ ଘୋଷଣା ବାକି ରହିଛି। ଏହି ୩ଟି ଆସନରୁ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

BJD announced the 8th list of candidates