ଲଭ ବାଇଟ । ଅନ୍ତରଙ୍ଗ ମୂହୁର୍ତରରେ ଶରୀରରେ ହେଉଥିବା ଚିହ୍ନ । ବେଳେ ବେଳେ ଏହି ଚିହ୍ନ ଆପଣଙ୍କୁ ଧରା ପକାଇ ଦିଏ । ସାଙ୍ଗ ସାଥୀରେ ଆପଣ ଧରାପଡିଯାନ୍ତି । ଆପଣ ଆପଣଙ୍କ ସାଥୀଙ୍କ ସହ ବିତାଇଥିବା ଅନ୍ତରଙ୍ଗ ସମୟ କେତେ ଗଭୀର ତାର ସତ ଆପେ ଆପେ ପଦାକୁ ଆସେ । ତେବେ ଆପଣ ଚାହିଁଲେ ଏହି ଲଭ ବାଇଟକୁ (ଦାଗକୁ ) ଲୁଚାଇ ପାରିବେ,ଅର୍ଥାତ ଚିହ୍ନ ଲିଭାଇପାରିବେ । ଜାଣନ୍ତୁ ଲଭ ବାଇଟ ଛଡାଇବାର ଘରୋଇ ଉପଚାର
ଟୁଥ୍ପେଷ୍ଟ୍/ଆଲ୍କୋହଲ୍: ଲଭ୍ ବାଇଟ୍ ଚିହ୍ନକୁ କେଇ ମିନିଟ୍ରେ ଦୂର କରିବାକୁ ଚାହୁଁଥିଲେ ଟୁଥ୍ପେଷ୍ଟ୍ ଲଗାଇ ୧୦ ମିନିଟ୍ ହାଲ୍କା ମାଲିସ୍ କରନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ତୁଳାରେ ଆଲ୍କୋହଲ୍ ଲଗାଇ ସଫା କରିଦିଅନ୍ତୁ । ଚିହ୍ନ ତୁରନ୍ତ ଉଭେଇଯିବ ।
ଥଣ୍ଡା ଚାମଚ: ଲଭ୍ ବାଇଟ୍ ସ୍ଥାନରେ ଗୋଟିଏ ଥଣ୍ଡା ଚାମଚକୁ ଓଲଟା ରଖି ରଗଡ଼ନ୍ତୁ । ଅତିକମ୍ରେ ୨୦ ମିନିଟ୍ ଯାଏ ଏଭଳି କଲେ ଚିହ୍ନ ଦୂର ହୋଇଥାଏ ।
ପାଚିଲା କଦଳୀ ଚୋପା: କଦଳୀ ଚୋପାକୁ ୨୦ ମିନିଟ୍ ଯାଏ ଚିହ୍ନ ଉପରେ ମସାଜ୍ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ସମୟ ମଧ୍ୟରେ ଚିହ୍ନ ଉଭାନ୍ ହୋଇଯିବ ।
ସେକ: କୌଣସି ଗରମ କପଡ଼ା କିମ୍ବା ହଟ୍ ୱାଟର୍ ବ୍ୟାଗ୍ ଦ୍ୱାରା ମଧ୍ୟ ଲଭ୍ ବାଇଟ୍ ଚିହ୍ନକୁ ସହଜରେ ଦୂର କରିପାରିବେ । ବିନା କୌଣସି ସମସ୍ୟାରେ ଏହାକୁ ଚିହ୍ନ ଉପରେ କିଛି ସମୟ ସେକ ଦେଲେ ଲାଭ ମିଳିବ ।
ସପୁରୀ ରସ: ସପୁରୀ ରସକୁ ଲଭ୍ ବାଇଟ୍ ଚିହ୍ନ ଉପରେ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦେଲେ ଆରାମ ଲାଗିବ