ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତି, ଭୁବନେଶ୍ୱର ବଦଳରେ କୋଲକାତାରେ ଛାଡ଼ିଦେବା ଯୋଗୁଁ ଯାତ୍ରୀ କଲେ ହଙ୍ଗାମା

ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀ କଲେ ହଙ୍ଗାମା। ଭୁବନେଶ୍ୱରରେ ଯାତ୍ରୀଙ୍କୁ ଛାଡିବା ବଦଳରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ। ସେଠାରୁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଭୁବନେଶ୍ୱର ଯିବାକୁ କୁହାଯାଇଥିଲା। ଫଳରେ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରି ହୋହାଲ୍ଲା କରିଥିଲେ। ଗୁରୁବାର ଦିଲ୍ଲୀରୁ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ।

ରାତିରେ ପାଗ ଖରାପ ହେବାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରି କୋଲକାତାରେ ଅବତରଣ କରିଥିଲା। ସେଠାରେ ବିମାନ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଭୁବନେଶ୍ୱର ନିଜସ୍ୱ ଖର୍ଚ୍ଚରେ ଯିବାକୁ କହିଥିଲେ। ଏହାପରେ ଯାତ୍ରୀମାନେ ହୋହାଲ୍ଲା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।

Air India's arbitrary decision to drop off at Kolkata instead of Bhubaneswar has left passengers in a frenzy