ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ

ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଖଣ୍ଡା ଚୋଟରେ ଗଡିଲା ଜଣେ ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ଅଞ୍ଜନ ବେହେରା ହୋଇଥିବାବେଳେ ତାଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ ବୋଲି ଜଣାପଡ଼ିିଛି।

ଖବର ଅନୁଯାୟୀ ମୃତକଙ୍କ ନାଁ ଅଞ୍ଜନ ବେହେରା ହୋଇଥିବାବେଳେ ସେ କ୍ୟାଟରିଂ ସଂସ୍ଥାରେ କାମ କରୁଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଏଭଳି ଅଘଟଣ ଘଟିଛି। ଗୁରୁଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ । ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୁଲିସ ।

A murder in the capital over a love triangle