ଭୂବନେଶ୍ୱର : ଓଡିଶା ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ସଂବିଧାନ ପ୍ରଣେତାଡଃ, ଭୀମରାଓ ଆମ୍ବେଦକରଙ୍କର ୬୫ ତମମହା ପରିନିର୍ବାଣ ଦିବସ ଶ୍ରାଦ୍ଧୋତ୍ସବ ରାଜ୍ୟ ଅନୁସୂଚୀତ ଜାତିମୋର୍ଚ୍ଚାରସଭାପତିଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହିଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ସଭାପତି ଶ୍ରୀସମୀରମହାନ୍ତି ମୁଖ୍ୟ ଅତିଥି, ରାଜ୍ୟବି ରୋଧୀଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ ବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି, ପୂର୍ବତନ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ୍ ଓ ବିଜେପି ବାର୍ତ୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍, ରାଷ୍ଟ୍ରୀୟ ଅନୁସୂଚୀତ ଜାତିମୋର୍ଚ୍ଚାରକାର୍ଯ୍ୟକାରିଣୀସଦସ୍ୟ ବସନ୍ତ ନାୟକ ଓ ରାଘବମଲ୍ଲିକ୍ ପ୍ରମୁଖମଂଚାସୀନ ଥିଲେ । ଏହିସଭାରେ ବିଜେପି ରାଜ୍ୟ ସଭାପତି ଡଃ. ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖ ରାଷ୍ଟ୍ରୀୟ ନେତା ଥିଲେଏବଂତାଙ୍କ ଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁତାଙ୍କ ଉଦ୍ୟମ ତାଙ୍କୁ ଚିରସ୍ମରଣୀୟ କରିରଖିବ ବୋଲି କହିଥିଲେ । ଆମେ ସମସ୍ତେତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବାଉଚିତ୍ ।
ବିରୋଧୀ ଦଳ ନେତାଶ୍ରୀ ନାୟକ ପ୍ରଧାନମନ୍ତ୍ରୀମୋଦିଙ୍କ ଉଦ୍ୟମରେ କିପରି କେୱାଇସିର ନୂତନ ପରିଭାଷାରୂପେ ଭାରତରେଏବେ \”\”ନୋଇୱରକନ୍ଷ୍ଟିଚ୍ୟୁସନ\’\’ ଜନପ୍ରିୟତାଲାଭକରୁଛିଏବଂଭାରତୀୟ ଯୁବବର୍ଗସଂବିଧାନ ଜାଣିବାକୁ ଆଗ୍ରହ ପ୍ରକାଶକରୁଛନ୍ତି, ତା\’ରସୂଚନା ଦେଇ ସାମାଜିକ ନ୍ୟାୟ ଆମର ଧେୟ ହେଉ ବୋଲି କହିଥିଲେ । ରାଜ୍ୟମୋର୍ଚ୍ଚାସଭାପତି ଅନୁସୂଚୀତ ଜାତିମାନେ ନିଜକୁସଂଗଠିତକରିତୃଣମୂଳସ୍ତରକୁ ନିଜକୁସୁଦୃଢକରି ନିଜର ଅଧିକାରକୁ ସାବ୍ୟସ୍ତକରିବାକୁକହିଥିଲେ । ରାଜ୍ୟରେକ୍ରମଶଃ ଦଳିତମହିଳାମାନଙ୍କ ପ୍ରତିବଢୁଥିବା ଅତ୍ୟାଚାର ସମ୍ପର୍କରେଉଲ୍ଲେଖକରିବାସହିତ ଏ ଦିଗରେସମଗ୍ରରାଜ୍ୟଭ୍ରମଣକରି ପୀଡିତମାନଙ୍କୁ ନ୍ୟାୟ ଦେବାକୁତାଙ୍କସଂକଳ୍ପବଦ୍ଧ ବୋଲି ପ୍ରକାଶକରିଥିଲେ । ଏହିସଭାରେକେନ୍ଦ୍ରାପଡାରୁସୁଦାମମଲ୍ଲିକ୍, ନିଆଳୀରୁବେଣୁଧର ବେହେରା, ଖୋର୍ଦ୍ଧାରୁଶିବମଲ୍ଲିକ୍, ନୂଆପଡାରୁମନିଂଜର ଆର୍ଯ୍ୟ, ମୁରଲୀଧର ସୁନାରକେଦାରଜଗତ୍, ନୟାଗଡରତ୍ରିନାଥ ନାୟକ, ମନୋଜମଲ୍ଲିକ୍ତିର୍ତ୍ତୋଲରୁହରିହରବେହେରା,ବାମଦେବ ମଲ୍ଲିକ, ଜଗତସିଂହପୁରରୁରତ୍ନାକରତରାଇ, ସାଲେପୁରରୁକୁଂଜମୋହନ ସେଠୀ, ଯାଜପୁରରୁବବିତାମଲ୍ଲିକ୍, ରବିନ୍ଦ୍ରବେହେରା,ପାର୍ବତୀଜେନା,କେନ୍ଦୁଝରରୁହେମନ୍ତ ମଲ୍ଲିକ୍, କଟକରରାଧାକାନ୍ତ ମଲ୍ଲିକ,ବିକାଶବେହେରା,ଭୁବନେଶ୍ୱରରୁ ଆଲୋକ ସେଠୀ, କନ୍ଧମାଳରୁରାମବିଳାସ ଦିଗାଲ, ଗଂଜାମରୁମହେଶ୍ୱରସେଠୀ, ପ୍ରମୁଖଉପସ୍ଥିତ ଥିଲେ । ଏହିକାର୍ଯ୍ୟକ୍ରମରେସମସ୍ତଜିଲ୍ଲାରଶତାଧିକବରିଷ୍ଠନେତୃବୃନ୍ଦ କୋଭିଡ୍ ନିୟମକୁ ପାଳନ କରିଯୋଗ ଦେଇ ଥିଲେ ।