ରାଜ୍ୟରେ ତାଲାବନ୍ଦ ସ୍ଥିତି ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କରୋନା ସଂକ୍ରଣକୁ ନେଇ ରାଜ୍ୟର ସ୍ଥିତି କିପରି ଅଛି ସେନେଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟର ସ୍ଥିତି ନେଇ ପିସିସି ସଭାପତି ଭିଡିଓ କନଫରେନ୍ସି ମାଧ୍ୟମରେ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି । ଆଜି କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ କରୋନା ଭାଇରସ୍ ମହାମାରୀ ଯୋଗୁଁ ହୋଇଥିବା ତାଲାବନ୍ଦର ଓଡ଼ିଶାରେ ପ୍ରଭାବ ବିଷୟରେ ତାଙ୍କୁ ଅବଗତ କଲେ ଓଡିଶା ପିସିସି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଓଡ଼ିଶା କଂଗ୍ରେସ କିପରି ଗରିବ ଲୋକମାନଙ୍କୁ ଖାଦ୍ୟ ଏବଂ ମାସ୍କ ବଣ୍ଟନ କରି ସାହାଯ୍ୟ କରୁଅଛି ସେ ବିଷୟରେ ବି ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ।

ଓଡ଼ିଶା କଂଗ୍ରେସ ରାଜ୍ୟରେ କୃଷି ସଙ୍କଟର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଏବଂ ମାରାତ୍ମକ କରୋନା ଭାଇରସର ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରୀକ୍ଷଣ କରାଯାଉ ନ ଥିବା ଚିନ୍ତାଜନକ ବୋଲି ତାଙ୍କୁ ଅବଗତ କଲେ ଶ୍ରୀ ଯୁକ୍ତ ପଟ୍ଟନାୟକ।

aiccluckdownniranjan pattnaikodishaodisha congresspcc odishasoniagandhi