ମାର୍ଚ୍ଚ ୫ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ମୋଦି ଆସୁଥିବାରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ । ଏସପିଜି, ସୁରକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗ ସହିତ ସମସ୍ତ ଆଲୋଚନା ଚାଲିଛି ।
ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟ ଜୋନରେ ରଖାଯାଇଛି । ବିମାନ ବନ୍ଦରର ଆଖପାଖ ଅଞ୍ଚଳରେ ବହୁ ତଳ ପ୍ରସାଦ ଉପରେ ନଜର ରଖାଯାଇଛି ଆବଶ୍ୟକ ପଡେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଆସନ୍ତି । ତେବେ ରାଜଭବନରେ ସମସ୍ତ ବ୍ୟବସ୍ଥା ରଖାଯାଇଛି ।