ଅଟକିଲା ଏଲନ ମସ୍କଙ୍କ ଟ୍ୱିଟର ଡିଲ୍‌

ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଡିଲ୍‌କୁ ବର୍ତ୍ତମାନ ପାଇଁ ହୋଲ୍ଡରେ ରଖିଛନ୍ତି । ମସ୍କ ଏହାର ସୂଚନା ନିଜର ଟ୍ୱିଟର ହାଣ୍ଡଲ ମାଧ୍ୟମରେ ଦେଇଛନ୍ତି । ଏଲନ ମସ୍କଙ୍କର କହିବା ହେଲା କି ଟ୍ୱିଟରରେ ସ୍ପାମ୍‌ ବା ଫେକ୍‌ ଆକାଉଣ୍ଟ ୫ପ୍ରତିଶତରୁ କମ୍‌ ଅଛି । ଏହି କ୍ୟାଲକୁଲେସନର ଡିଟେଲ ଏବେସୁଦ୍ଧା କ୍ଲିୟର ନୁହେଁ । ଏହି ସ୍ଥିତିରେ ଏହି ଡିଲ୍‌କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

କହି ରଖୁଛୁ କି , ଟ୍ୱିଟରରେ ସବୁଠୁ ବଡ଼ ସେୟାରହୋଲଡର ମସ୍କ ୪୪ ଅରବ ଡଲାରରେ ଏହାର ଅଧିଗ୍ରହଣ କରିବାର ଘୋଷଣା କରିଥିଲେ । ଏଥିପାଇଁ ସେ ଫଣ୍ଡ ସଂଗ୍ରହ କରିବା ମଧ୍ୟ ଆରମ୍ଭ କରିଦେଇ ଥିଲେ । ସୂଚନା ଯେ, ଟ୍ୱିଟର ପାଖରେ ପାଖାପାଖି ୨୨.୯ କୋଟି ୟୁଜର ଅଛନ୍ତି।

ହେଲେ ଏହା ସ୍ପଷ୍ଟ ହୋଇ ପାରିନାହିଁ କି ସ୍ପାମ୍‌ ଏବଂ ଫର୍ଜି ଖାତା ସହ ଜଡ଼଼ିତ ଡିଟେଲସ୍ ଏହି ଡିଲ୍‌କୁ ଜାରି ରଖିବା ପାଇଁ କେତେ ବଡ଼ ସମସ୍ୟା ଠିଆ କରେଇପାରେ । ଟ୍ୱିଟରର ସ୍ୱଚ୍ଛତାକୁ ନେଇ ପୂର୍ବରୁ ହିଁ ମସ୍କ ଦୃଢ଼ ଭାବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ନକଲି ଆକାଉଣ୍ଟ ମୁକ୍ତ କରିବା କଥା କହି ଆସୁଛନ୍ତି । ଏହି ସମୟରେ ଟ୍ୱିଟର ଇଙ୍କରେ ବହୁତ ଏପଟସେପଟ ଜାରି ରହିଛି । ଗୁରୁବାର ଟ୍ୱିଟରର ଦୁଇ ଜଣ ବଡ଼ ବଡ଼ ଅଧିକାରୀଙ୍କୁ ହଟେଇ ଦିଆଯାଇଛି ।

national news