ଆନ୍ଧ୍ରରେ ପୁଣି ଆମୋନିଆ ଗ୍ୟାସ ଲିକ, ୧୪ ଅସୁସ୍ଥ

ଚିତ୍ତୋର: ପୁଣି ଥରେ ଆନ୍ଧ୍ରରୁ ବିଷାକ୍ତ ଗ୍ୟାସ ଲିକ୍ ଘଟଣା। ଦୁଗ୍ଧ କେନ୍ଦ୍ରରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ପରେ ପାଖାପାଖି ୧୪ ରୁ ଅଧିକ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଆନ୍ଧ୍ରପ୍ରଦେଶ ବନ୍ଦାପାଲୀ ପୁତୁଲାପାଟୁ ମଣ୍ଡଳର ଏକ ଡାଏରୀ ୟୁନିଟରେ ଘଟିଛି। ଅସୁସ୍ଥ ଲୋକମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଯାଇଛି।

“ଆମେ ସୂଚନା ପାଇଲୁ ଯେ ପ୍ରାୟ ୫ଟା ସମୟରେ ପୁଟାଲାପାଟୁ ନିକଟ ହାଟସନ କମ୍ପାନୀ ଦୁଗ୍ଧ ପ୍ରକ୍ରିୟା ୟୁନିଟରେ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ସେହି ସିଫ୍ଟରେ କାର୍ଯ୍ୟ କରୁଥିବା ୧୪ ଜଣ ଶ୍ରମିକଙ୍କୁ ଚିତ୍ତୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେଥିମଧ୍ୟରୁ ୩ ଜଣ ଗୁରୁତର ଏବଂ ବୋଧହୁଏ ତିରୁପତିସ୍ଥିତ ଏସଭିଆଇଏମଏସ କିମ୍ବା ରୁଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ” ବୋଲି ଚିତ୍ତୋର ଜିଲ୍ଲା ଜିଲ୍ଲା କଲେକ୍ଟର ଡଃ ନାରାୟଣ ଭାରତ ଗୁପ୍ତା କହିଛନ୍ତି।

“ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ଅସୁସ୍ଥ ମାନେ ସମସ୍ତେ ମହିଳା ଅଟନ୍ତି । ପରିଚାଳନାଗତ ଅବହେଳା କିମ୍ବା ଶ୍ରମିକଙ୍କ ଅବହେଳାର ଫଳାଫଳ ଏହି ଘଟଣା ବୋଲି ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଶିଳ୍ପ ବିଭାଗର ଜେନେରାଲ ମ୍ୟାନେଜର ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଶୁକ୍ରବାର ଦିନ ସ୍ଥିତି ସମୀକ୍ଷା କରିବେ ବୋଲି ସେ କହିଛନ୍ତି। ଦୁଗ୍ଧରେ ଏହି ଗ୍ୟାସ ଅଛି ବୋଲି ଚିତ୍ତୋର ଜିଲ୍ଲା ପୁଟାଲାପାଟୁ ସବ୍ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।

ମନ୍ତ୍ରୀ ପେଡ଼ିରେଡି ରାମଚନ୍ଦ୍ର ରେଡ୍ଡୀ ଚିତ୍ତୋର ଜିଲ୍ଲା କଲେକ୍ଟରଙ୍କ ସହ କଥା ହୋଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ଉନ୍ନତ ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ତଳେ ବିଶାଖାପାଟଣନମର ଏକ କାରଖାନାରେ ସମାନ ଅଘଟଣ ଘଟିଥିଲା । ଫଳରେ ପାଖାପାଖି ୨୦ ଜଣ ବ୍ୟକ୍ତିଙ୍କର ଜୀବନ ହାନୀ ଘଟିଥିଲା । ଗ୍ୟାସ ଲିକର ଭୟାବହତା ଏତେ ଥିଲା ଯେ, ନିକଟସ୍ଥ ଅଞ୍ଚଳରେ ମଧ୍ୟ ଅନେକ ଲୋକେ ଗୁରୁତର ହୋଇପଡ଼ିଥିଲେ ।