ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ ନାୟକ ଅମ୍ଳାନ

କଟକ: ଓଲିଉଡ ଜଗତର ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁତ୍ର ଅମ୍ଳାନ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ କଟକର ସିଡିଏ ସେକ୍ଟର ୮ରେ ନିଜ ବାସଭବନରେ ଭୂମିକାଙ୍କୁ ବିବାହ କରିଛନ୍ତି ।

କୁହାଯାଉଛି ଯେ, ଭୂମିକା କୌଣସି ଫିଲ୍ମଦୁନିଆ ସହ ଜଡିତ ନୁହଁନ୍ତି । ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସହ ଅନ୍ୟ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଥାଉକି, ଅମ୍ଳାନ ୨୦୧୯ ଡିସେମ୍ବର ୮ରେ ଭୂମିକାଙ୍କ ସହ ଅମ୍ଳାନଙ୍କର ନିର୍ବନ୍ଧ ଶେଷ ହୋଇଥିଲା ।

ପ୍ରକାଶଥାଉ କି, ଅମ୍ଳାନ ଫିଲ୍ମ “ଟାର୍ଗେଟ୍‌” ର ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ବହୁ ଫିଲ୍ମରେ ନିଜର ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇସାରିଛନ୍ତି । ଅମ୍ଳାନଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ‘ଟାର୍ଗେଟ’, ‘ତୁ ମୋ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘କଲେଜ୍‌ ଟାଇମ୍‌’, ‘ନୂଆ ନୂଆ ପ୍ରେମରେ’, ‘ସପନର ପଥେ ପଥେ’, ‘ବଜରଙ୍ଗୀ’ ଓ ‘ଫ୍ରମ୍ ମି ଟୁ ୟୁ’।  ଏବେ ତାଙ୍କ ଅଭିନୀତ ‘ରାଜା ସାହିବା’, ବାଜିବଲୋ ସାହାନାଇ’ ଏବଂ ‘ରୋମିଓ ରାଜା’ ଆଦି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାଛଡ଼ା ସେ  ଆପୁ କାନୁନଗୋଙ୍କ ନିର୍ଦେଶିତ ‘ମାମା ୱେଡସ ପାପା’ରେ ବି ନାୟକ ଭୂମିକା ନିଭାଇବେ। ଅମ୍ଳାନଙ୍କ ସହ ଏଥିରେ ଜଣେ ନୂଆ ନାୟିକାଙ୍କୁ ନିଆଯିବ ବୋଲି ଜଣାଯାଇଛି।