ସୁସ୍ଥ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ବିଗ୍ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଜାରି ରହିଥିଲା । ଏଥିସହ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।