ବିଗ୍ ବିଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ

ନୂଆଦିଲ୍ଲୀ: ଆଜି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଗ୍ ବିଙ୍କୁ ପ୍ରଦାନ କରିଛନ୍ତି । ସମ୍ମାନିତ ହେବା ପରେ ବିଗ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୋମବାର ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ହେଲେ ଅସୁସ୍ଥତା କାରଣରୁ ଅମିତାଭ ଏହି ପୁରସ୍କାର ଗ୍ରହଣ କରିପାରିନଥିଲେ। ତେଣୁ ଆଜି ଏକ ଛୋଟିଆ ସମାରୋହର ଆୟୋଜନ କରାଯାଇ ରାଷ୍ଟ୍ରପତି ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।