ହିନ୍ଦୀ ଦିବସରେ ଶୁଭକାମନା ଜଣାଇଲେ ଅମିତ ଶାହା

ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ଭାରତବାସୀଙ୍କ  ଆଜି ହିନ୍ଦୀ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶ ତଥା ଦେଶବାସୀଙ୍କୁ ଏକାଠି କରିବା ସହ ହିନ୍ଦୀ ଉପଲବ୍ଧିକୁ ଜୋର ଦେଇ ଆଜି ଅମିତ ଶାହା କହିଛନ୍ତିି ଯେ, ଦେଶରେ ସମସ୍ତଙ୍କର ଏକ ଭାଷା ରହିବା ଜରୁରୀ । ଯାହା ସାରା ଦୁନିଆରେ ସମସ୍ତଙ୍କ ସଂସ୍କୃତି ଓ ପରିଚୟର ପ୍ରତୀକ ଭାବେ ପରିଗଣିତ ହେବ । 

ଆଜି ଅର୍ଥାତ ସେପ୍ଟେମ୍ବର ୧୪ ହିନ୍ଦୀ ଦିବସ ଅବସରରେ “ଏକ ରାଷ୍ଟ୍ର ଏକ ଭାଷା”କୁ ପ୍ରଚଳନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ଭାଷାର ବ୍ୟକ୍ତି ଜୀବନଯାପନ କରୁଛନ୍ତି । ସବୁ ଭାଷାର ମହତ୍ୱ ରହିଛି । କିନ୍ତୁ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସାଧାରଣ ଭାଷା ରହିବା ଆବଶ୍ୟକ ରହିଛି ଯାହା ଦେଶର ପରିଚୟ । ଯେଉଁ ଭାଷା ସାରା ଦେଶକୁ ଏକଜୁଟ କରିଛି ତାହା ହେଉଛି ହିନ୍ଦୀ । ତେଣୁ ହିନ୍ଦୀ ଭାଷାକୁ ସମଗ୍ର ଦେଶବାସୀ ଅଧିକରୁ ଅଧିକ କଥିତ ଭାଷା ରୂପେ ବ୍ୟବହାର କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଦେଶରେ ସମସ୍ତଙ୍କର ଏକ ଭାଷା ରହିବା ଦ୍ୱାରା ସାରା ଦୁନିଆରେ ସମସ୍ତଙ୍କ ସଂସ୍କୃତି ଓ ପରିଚୟର ପ୍ରତୀକ ଭାବେ ପରିଗଣିତ ହେବ ।